ଇସ୍ରୋକୁ ସଫଳତା, ମହାକାଶରେ ଗଜା ହେଲା ଝୁଡ଼ଙ୍ଗ ମଞ୍ଜି
ଇସ୍ରୋକୁ ପୁଣି ମିଳିଛି ବଡ ସଫଳତା । ମହାକାଶରେ ଝୁଡଙ୍ଗ ମଞ୍ଜି ଗଜା ହେବା ପରେ ବୈଜ୍ଞାନକଙ୍କ ମହଲରେ ଖୁସି ଖେଳିଯାଇଛି । ଇସ୍ରୋର ପିଏସ୍ଏଲ୍ଭି-ସି୬୦ ପିଓଇଏମ୍-୪ ମିଶନ ବେଳେ ଏହି ଉଲ୍ଲେଖନୀୟ ସଫଳତା ମିଳିଛି।
ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ମହାକାଶର ମାଇକ୍ରୋଗ୍ରାଭିଟି ସ୍ଥିତିରେ ମାତ୍ର ୪ ଦିନ ମଧ୍ୟରେ ଝୁଡ଼ଙ୍ଗ ମଞ୍ଜିକୁ ଗଜା କରିବାରେ ସଫଳ ହୋଇଛି। ଏଥିପାଇଁ କମ୍ପାକ୍ଟ ରିସର୍ଚ୍ଚ ମଡ୍ୟୁଲ ଫର୍ ଅର୍ବିଟାଲ ପ୍ଲାଣ୍ଟ ଷ୍ଟଡିଜ୍ (ସିଆର୍ଓପିଏସ୍)କୁ ବ୍ୟବହାର କରାଯାଇଥିଲା। ମହାକାଶ ସ୍ଥିତିରେ କିଭଳି ଉଦ୍ଭିଦ ବଢ଼ିପାରିବ, ସେଥିପାଇଁ ଭିଏସ୍ଏସ୍ସି ଏହି ସିଆର୍ଓପିଏସ୍ ପେଲୋଡ୍କୁ ବିକଶିତ କରିଛି।
ପୃଥିବୀ ବାହାରେ ଏକ ବନ୍ଦ ବାକ୍ସରେ ଠିକ୍ ତାପମାତ୍ରା ନିୟନ୍ତ୍ରଣରେ ୮ଟି ଝୁଡ଼ଙ୍ଗ ମଞ୍ଜି ରଖାଯାଇଥିଲା। ଝୁଡ଼ଙ୍ଗ ମଞ୍ଜି ଗଜା ହୋଇଛି। ଏହାର ପରବର୍ତ୍ତୀ ପଦକ୍ଷେପ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି ।
Powered by Froala Editor