ପୁଣି ନକ୍ସଲ ହମଲା, ୧ହଜାର ନକ୍ସଲ ସାମିଲ
ଛତିଶଗଡ଼: ପୁଣି ନକ୍ସଲ ହମଲା । ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଅଟାକ କରିଛନ୍ତି ନକ୍ସଲ । ଛତିଶଗଡ଼ ନାରାୟଣପୁର ଜିଲ୍ଲାରେ ଏକ ବଡ଼ ଧରଣର ନକ୍ସଲ ହମଲା ହୋଇଛି । ନାରାୟଣପୁର ଜିଲ୍ଲା ଆମଦାଇ ସ୍ଥିତ ଏକ ଲୁହାପଥର ଖଣିରେ ନକ୍ସଲମାନେ ଆକ୍ରମଣ କରିଛନ୍ତି । ଏଥିରେ ପ୍ରାୟ ହଜାରେରୁ ଅଧିକ ନକ୍ସଲ ସାମିଲ ଥିବା ଜଣାଯାଇଛି । ନକ୍ସଲମାନେ ଖଣିର କିଛି କର୍ମଚାରୀଙ୍କୁ କବଜାକୁ ନେଇଥିବା ସୂଚନା ମିଳିଛି ।
ଖଣିର ନିୟୋଜିତ ୫ଟି ଗାଡ଼ିକୁ ନକ୍ସଲମାନେ ପୋଡ଼ି ଦେଇଥିବା ଜଣାଯାଇଛି । ଘଟଣାସ୍ଥଳରେ ସୁରକ୍ଷା କର୍ମୀ ଓ ନକ୍ସଲମଧ୍ୟରେ ଗୁଳି ବିନିମୟ ଜାରି ରହିଛି । ଉଭୟ ପକ୍ଷରୁ ଗୁଳି ବିନିମୟ ଚାଲିଥିବା ନାରାୟଣପୁର ଏସପି ସୂଚନା ଦେଇଛନ୍ତି ।
Powered by Froala Editor