ନୂଆବର୍ଷ ପୂର୍ବରୁ ଖୁସିଖବର : ପୁଣି ମା’ ହେଲା ସିମ୍ପାଞ୍ଜି ରାକ୍ଷୀ
ଭୁବନେଶ୍ବର ନନ୍ଦନକାନନ ପ୍ରାଣୀ ଉଦ୍ୟାନର ପ୍ରତିଷ୍ଠା ଦିବସରେ ୬୦(କ) ଏନକ୍ଲୋଜରରେ ଏକ ସିମ୍ପାଞ୍ଜି ଶାବକ ଜନ୍ମଲାଭ କରିଛି। ନୂଆବର୍ଷକୁ ନେଇ ସମସ୍ତଙ୍କ ମଧ୍ୟରେ ଉତ୍ସାହ ଭରି ରହିଥିବା ବେଳେ ବର୍ଷର ଶେଷ ମୁହୂର୍ତ୍ତରେ ଏକ ଶାବକକୁ ଜନ୍ମ ଦେଇଛି ମା’ ସିମ୍ପାଞ୍ଜି ରାକ୍ଷୀ। ବର୍ତ୍ତମାନ ମା’ ଏବଂ ଛୁଆଙ୍କୁ ଅଲଗା ରଖାଯାଇଛି। ଏପରିକି ଏକ ଡାକ୍ତରୀ ଟିମ୍ଙ୍କ ତତ୍ତ୍ୱାବଧାନରେ ମା’ ଏବଂ ଛୁଆଙ୍କୁ ଯତ୍ନ ନିଆଯାଉଥିବା ସୂଚନା ମିଳିଛି।
ଜୁଲୁ ସହ ମିଳନରୁ ରାକ୍ଷୀ ସିମ୍ପାଞ୍ଜି ଶାବକକୁ ଜନ୍ମ ଦେଇଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ କର୍ତୁପକ୍ଷ ଘୋଷଣା କରିଛି। ସୂଚନାଯୋଗ୍ୟ ଜୁଲୁ ୧୯୯୪ ମସିହା ମେ’ ମାସରେ ସିଙ୍ଗାପୁର ପ୍ରାଣୀ ଉଦ୍ୟାନରୁ ଆସିଥିଲା। ରାକ୍ଷୀ ୨୦୧୧ ମସିହା ଅଗଷ୍ଟ ମାସ ୧୨ ତାରିଖରେ ନନ୍ଦନକାନନରେ ଜନ୍ମଗ୍ରହଣ କରିଥିଲା। ପ୍ରାଣୀ ଉଦ୍ୟାନର ସିମ୍ପାଞ୍ଜି ସଂଖ୍ୟା ୮କୁ ବୃଦ୍ଧି ହୋଇଛି। ଏହାରି ମଧ୍ୟରେ ୨ଅଣ୍ଡିରା ୫ ମାଈ ଓ ଲିଙ୍ଗ ଚିହ୍ନଟ ଶାବକଟି ଅଛନ୍ତି ।
Powered by Froala Editor