ଅନ୍ତର୍ଜାତୀୟ ଚ୍ୟାନେଲ ନ୍ୟାସନାଲ ଜିଓଗ୍ରାଫିରେ ନବୀନଙ୍କୁ ପ୍ରଶଂସା
ଭୁବନେଶ୍ୱର:ସଂକ୍ରମଣ ସଙ୍କଟରେ ସାରା ଦେଶକୁ ସଞ୍ଜୀବନୀ ବାଣ୍ଟିଛି ଓଡ଼ିଶା । ସଙ୍କଟମୋଚକ ସାଜିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କରୋନା ଦ୍ୱିତୀୟ ଲହରରେ ବିଭିନ୍ନ ରାଜ୍ୟରେ ଅକ୍ସିଜେନ୍ ସଙ୍କଟ ଦେଖା ଦେଇଥିବା ବେଳେ ଓଡ଼ିଶା ସରକାର ଅକ୍ସିଜେନ୍ ବାଣ୍ଟି ବହୁ ମୂଲ୍ୟବାନ ଜୀବନ ବଞ୍ଚାଇଛନ୍ତି । ଯେଉଁଥି ପାଇଁ ଅନ୍ତର୍ଜାତୀୟ ଚ୍ୟାନେଲ ନ୍ୟାସନାଲ ଜିଓଗ୍ରାଫିରେ ନବୀନଙ୍କୁ ପ୍ରଶଂସା କରିଛି ।
ଗତ ଦୁଇ ମାସ ମଧ୍ୟରେ ୧୭ ରାଜ୍ୟକୁ ୩୧ ହଜାର ୨୫୫ ମେଟ୍ରିକ୍ ଟନ୍ ଅକ୍ସିଜେନ୍ ଯୋଗାଇ ଦିଆଯାଇଛି । ଯେଉଁଥିପାଇଁ ଆଜି ଅନ୍ତର୍ଜାତୀୟ ଚ୍ୟାନେଲରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଶଂସା କରାଯାଇଛି । ବାତ୍ୟା ‘ୟାସ୍’ ସମୟରେ ମଧ୍ୟ ଅକ୍ସିଜେନ୍ ଯୋଗାଣ ଅବ୍ୟାହତ ରହିଥିଲା । ଓଡ଼ିଶା ବାତ୍ୟା ସହ ଲଢ଼ୁଥିବା ବେଳେ ବି ଭୁଲି ନଥିଲା ମାନବିକତା । କରୋନା ଯୁଦ୍ଧ କେବଳ ରାଜ୍ୟ ଭିତରେ ସୀମିତ ନଥିଲା । ସାରା ଦେଶକୁ ଅକ୍ସିଜେନ୍ ଯୋଗାଇ ରାଷ୍ଟ୍ରନାୟକ ସାଜିଛନ୍ତି ନବୀନ । ରାଜ୍ୟ ସରକାରଙ୍କ ଏଭଳି ପଦକ୍ଷେପକୁ ଅନ୍ତର୍ଜାତୀୟ ଚ୍ୟାନେଲ୍ ନ୍ୟାସନାଲ୍ ଜିଓଗ୍ରାଫି ପ୍ରଶଂସା କରିବା ସହ ଏହାର ଡକ୍ୟୁମେଣ୍ଟେସନ୍ କରିଛି ।
Powered by Froala Editor