ଗୋଟିଏ ପରିବାରରେ ୩ମୃତ
ଜଗତସିଂହପୁର: ଜଗତସିଂହପୁରରେ ଗୋଟିଏ ପରିବାରର ୩ ଜଣଙ୍କ ମୃତୁ୍ୟ ହୋଇଛି । ସ୍ତ୍ରୀ ଓ ଝିଅକୁ ହାଣି ସ୍ୱାମୀ ଆତ୍ମହତ୍ୟା କରିଛି ।
ଆକ୍ରମଣ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର ହୋଇଥିବା ସ୍ତ୍ରୀର ମୃତୁ୍ୟ ହୋଇଛି । ସକାଳେ ଜଗତସିଂହପୁର ହସ୍ପିଟାଲରେ ଝିଅର ମୃତୁ୍ୟ ହୋଇଥିଲା । ପୁଲିସ ଘର ଭିତରୁ ସ୍ୱାମୀର ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା । ସକାଳେ ନିଜ ସ୍ତ୍ରୀ ଓ ଝିଅକୁ ହାଣି ସ୍ୱାମୀ ଆତ୍ମହତ୍ୟା କରିଥିଲେ । ସଦର ଥାନା ଜୋତଚାନ୍ଦପାଟଣା ଗ୍ରାମରେ ଏହି ଅଘଟଣ ଘଟିଛି ।
Powered by Froala Editor