କାଜାଖସ୍ତାନରେ ଯାତ୍ରୀବାହୀ ବିମାନ ଦୁର୍ଘଟଣାଗ୍ରସ୍ତ
ନୂଆଦିଲ୍ଲୀ: କାଜାଖସ୍ତାନରେ ଏକ ଯାତ୍ରୀବାହୀ ପ୍ଲେନ କ୍ରାସ ହୋଇଛି । ଅକତାଉରେ ଜରୁରୀ ଅବତରଣ କରିବା ପୂର୍ବରୁ ଯାତ୍ରୀବାହୀ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣାଗ୍ରସ୍ତ ବିମାନଟି ଆଜରବୈଜାନ ଏୟାରଲାଇନ୍ସର ବୋଲି ଜଣାଯାଇଛି । ୭୦ଜଣ ଯାତ୍ରୀଙ୍କୁ ନେଇ ବିମାନଟି ବାକୁରୁ ଗ୍ରଜନୀ ଯାଉଥିଲା ।ଜରୁରୀ ଅବତରଣ ପାଇଁ ଅନୁମତି ମାଗିବାର କିଛି ସମୟ ପରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।
Powered by Froala Editor