୨୪ ଘଣ୍ଟାରେ ଟାଙ୍ଗୀରେ ସର୍ବାଧିକ ୭୪ ମିମି ବର୍ଷା ରେକର୍ଡ

ଭୁବନେଶ୍ଵର: ରାଜ୍ୟରେ ଗତ କିଛି ଦିନ ହେବ ଲଘୁଚାପଜନିତ ବର୍ଷା ଜାରି ରହିଛି। ରାଜ୍ୟରେ ଆହୁରି ୨୪ ଘଣ୍ଟା ହାଲୁକାରୁ ମଧ୍ୟମ ଧରଣର ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ୨୪ ଘଣ୍ଟାରେ ଖୋର୍ଦ୍ଧା ଟାଙ୍ଗୀରେ ସର୍ବାଧିକ ୭୪ ମିମି ବର୍ଷା ରେକର୍ଡ ହୋଇଛି। କଳାହାଣ୍ଡି କୋକସରାରେ ୬୫ ମିମି, ନବରଙ୍ଗପୁର ଡାବୁଗାଁରେ ୬୨ ମିମି, କୋଷାଗୁମୁଡାରେ ୫୮.୬ ମିମି, ଜୁନାଗଡରେ ୫୩ ମିମି ବର୍ଷା ରେକର୍ଡ ହୋଇଛି। ଆସନ୍ତାକାଲି ଯାଏଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିବ। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ନବରଙ୍ଗପୁର, କଳାହାଣ୍ଡି, ଗଜପତି , ଖୋର୍ଦ୍ଧା, କଟକ , କେନ୍ଦ୍ରାପଡା ଆଦି ସ୍ଥାନରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି। ଆଜି ବର୍ଷା ସାଙ୍ଗକୁ କୋହଲା ପାଗ ଯୋଗୁଁ ଜନଜୀବନ ପୁରା ଅସ୍ତବ୍ୟସ୍ତ ହୋଇପଡିଛି। ୨୬ ତାରିଖ ପରଠାରୁ ବର୍ଷାର ପରିମାଣ କମିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
Powered by Froala Editor