ଯୁବକକୁ ପିଟି ପିଟି ମାରିଦେବା ଘଟଣା, ଫାଣ୍ଡି ଅଧିକାରୀ ନିଲମ୍ବିତ

ବାଲେଶ୍ୱର: ଲୁଗା ଦୋକାନରୁ ଚୋରି କରିବା ଅଭିଯୋଗରେ ଯୁବକକୁ ପିଟି ପିଟି ମାରିଦେବା ଘଟଣାରେ ନିଲମ୍ବିତ ହୋଇଛନ୍ତି ଫାଣ୍ଡି ଅଧିକାରୀ। ଦାୟିତ୍ୱରେ ଅବହେଳା ଅଭିଯୋଗରେ ବାଲେଶ୍ୱର ଜିଲ୍ଲା ସାର୍ଥା ଫାଣ୍ତି ଅଧିକାରୀ ଚନ୍ଦ୍ର ଶେଖର ମହାନ୍ତି ନିଲମ୍ବିତ ହୋଇଛନ୍ତି। ଏହି ମାମଲାରେ ବାଲେଶ୍ୱର ଏସ୍ପି ସାର୍ଥା ଫାଣ୍ତି ଅଧିକାରୀ ଚନ୍ଦ୍ର ଶେଖର ମହାନ୍ତିଙ୍କୁ ନିଲମ୍ବିତ କରିଛନ୍ତି।
ଏପରି ଜଘନ୍ୟ କାଣ୍ଡ ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ସାର୍ଥା ଗ୍ରାମରେ ଗତ ୨୨ ତାରିଖରେ ଘଟିଥିଲା। । ଦିନ ଦ୍ୱିପ୍ରହରରେ ଏପରି ଅଭାବନୀୟ କାଣ୍ଡ ଫାଣ୍ଡିଠୁ ମାତ୍ର ୫ଶହ ମିଟର ଦୂରରେ ଘଟିଥିଲା। ଏନେଇ ପରିବାର ଲୋକେ ଫାଣ୍ଡି ଅଧିକାରୀ ଚନ୍ଦ୍ର ଶେଖର ମହାନ୍ତିଙ୍କୁ ସୂଚନା ଦେବା ସହ ତୁରନ୍ତ ପହଞ୍ଚି ସମସ୍ତଙ୍କୁ ମୁକୁଳାଇବାକୁ ଗୁହାରୀ କରିଥିଲେ। ମାତ୍ର ଫାଣ୍ଡି ଅଧିକାରୀ ଏହାକୁ କର୍ଣ୍ଣପାତ କରିନ ଥିଲେ। ଫଳରେ ଖୁଣ୍ଟରେ ବନ୍ଧା ହୋଇଥିବା ଅବସ୍ଥାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।
Powered by Froala Editor