ଏଣିକି ବିନା ସ୍ଲଟରେ ଟିକା
ଭୁବନେଶ୍ୱର: ବିଏମ୍ସି ପକ୍ଷରୁ ଟିକାକରଣକୁ ଗୁରୁତ୍ୱ ଦିଆଯାଇଛି। ଜୁଲାଇ ଶେଷ ସୁଦ୍ଧା ଭୁବନେଶ୍ୱରବାସୀଙ୍କୁ ସମ୍ପୂର୍ଣ୍ଣ ଟିକାକରଣ କରିବାକୁ ଲକ୍ଷ୍ୟ ରହିଥିବାବେଳେ ଏହାକୁ ବ୍ୟାପକ କରାଯାଇଛି। ଆସନ୍ତା ୫ତାରିଖରୁ ବିନା ସ୍ଲଟ୍ ବରାଦେର ଟିକା ଦିଆଯିବ ବୋଲି ବିଏମ୍ସି ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ୧୦ରୁ ଊର୍ଦ୍ଧ୍ବ ସ୍ଥାନରେ ଯାନରେ ଟିକାକରଣ ସହିତ ନିୟମିତ ଭାବେ ସମସ୍ତ ସହରାଞ୍ଚଳ, ପ୍ରାଥମିକ ଓ ଗୋଷ୍ଠୀ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଟିକାକରଣ ଜୋରଦାର ଚାଲିଛି। ଟିକା ନେବା ପୂର୍ବରୁ ନାଗରିକଙ୍କୁ ସ୍ଲଟ୍ ବରାଦ କରିବାକୁ ପଡୁଛି। ହେଲେ ଅନେକ ସମୟରେ କୋ-ୱିନ୍ ଆପ୍ରେ ସ୍ଲଟ୍ ଉପଲବ୍ଧ ନହେବାରୁ ବିଏମ୍ସି ପ୍ରତି ଜନତାଙ୍କ ଅାକ୍ରୋଶ ବୃଦ୍ଧି ପାଉଛି। କିଛି ନାଗରିକ ବିନା ସ୍ଲଟ୍ରେ ଟିକା କେନ୍ଦ୍ରରେ ପହଞ୍ଚି ହୋହଲ୍ଲା କରୁଛନ୍ତି। ଏହାଦ୍ୱାରା ଟିକାକରଣ ବାଧାପ୍ରାପ୍ତ ହେଉଛି। ଏହି ସମସ୍ୟା ଦୂର ପାଇଁ ବିଏମ୍ସି ବିନା ସ୍ଲଟ୍ରେ ଟିକାକରଣ ଗୁରୁତ୍ୱ ଦେଇଛି। ପୂର୍ବରୁ ୧୦ଟି କେନ୍ଦ୍ରରେ ବିନା ସ୍ଲଟ୍ରେ ନାଗରିକଙ୍କୁ ଟିକା ଦିଆଯାଉଥିବାବେଳେ ଆସନ୍ତା ୫ ତାରିଖରୁ ଆଉ ୧୫ଟି କେନ୍ଦ୍ରରେ ଏହି ବ୍ୟବସ୍ଥା କରିଛି। ଲୋକେ ପରିଚୟପତ୍ର ଦେଖାଇ ଟିକା ନେଇପାରିବେ।
Powered by Froala Editor