ରାହୁଲଙ୍କ ନାଁରେ ଏତଲା ଦେଲା ବିଜେପି, ସଙ୍ଗୀନ ଦଫା ଲାଗିଲା

ସଂସଦରେ ଠେଲାପେଲା ମାମଲାରେ ଲୋକ ସଭାର ବିରୋଧୀଦଳ ନେତା ରାହୁଲ ଗାନ୍ଧୀଙ୍କ ଅଡୁଆ ବଢିବାରେ ଲାଗିଛି। ବିଜେପିର ଅଭିଯୋଗ ଉପରେ ଦିଲ୍ଲୀ ପୁଲିସ ରାହୁଲଙ୍କ ବିରୋଧରେ ମାମଲା ରୁଜୁ କରିଛି। ସୂଚନାନୁସାରେ, ବିଏନଏସ ୧୧୭,୧୨୫, ୧୩୧,୩(୫) ଅଧୀନରେ କଂଗ୍ରେସ ନେତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି।
ବିଜେପି ଗୁରୁବାର ରାହୁଲ ଗାନ୍ଧିଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରିଥିଲା। ଏହି ଅଭିଯୋଗରେ ସଂସଦ ପରିସରରେ ଠେଲାପେଲା ସମୟରେ ରାହୁଲ ଶାରୀରିକ ଆକ୍ରମଣ ଓ ଉତ୍ତେଜନାରେ ସମ୍ପୃକ୍ତ ଥିବା ଅଭିଯୋଗ ହୋଇଥିଲା। ଏହା ବ୍ୟତୀତ ରାହୁଲ ଗାନ୍ଧୀଙ୍କୁ ହତ୍ୟା ପ୍ରୟାସ ଏବଂ ଅନ୍ୟାନ୍ୟ ଅଭିଯୋଗରେ ଅଭିଯୁକ୍ତ କରିବାକୁ ବିଜେପି ଦାବି କରିଛି। ବିଜେପି ପକ୍ଷରୁ ଏମ୍ପି ହେମଙ୍ଗ ଯୋଶୀ, ଅନୁରାଗ ଠାକୁର ଏବଂ ବଂଶୁରୀ ସ୍ବରାଜ ସଂସଦ ମାର୍ଗ ପୁଲିସ ଷ୍ଟେଶନରେ ପହଞ୍ଚି ଅଭିଯୋଗ ଦାଖଲ କରିଥିଲେ।
ଅନୁରାଗ ଠାକୁର ଏହି ମାମଲାର ତଦନ୍ତ କରି ବିଏନଏସର ଧାରା ୧୦୯ (ହତ୍ୟା ଉଦ୍ୟମ), ୧୧୫ (ସ୍ବେଚ୍ଛାକୃତ ଭାବରେ ଆଘାତ ଦେବା), ୧୧୭ (ସ୍ବେଚ୍ଛାକୃତ ଭାବରେ ଗମ୍ଭୀର ଆଘାତ ଦେବା), ୧୨୫ (ଅନ୍ୟମାନଙ୍କ ଜୀବନ କିମ୍ବା ବ୍ୟକ୍ତିଗତ ନିରାପତ୍ତା ପ୍ରତି ବିପଦ ସୃଷ୍ଟି କରିବା), ୧୩୧ (ଅପରାଧିକ ବଳ ପ୍ରୟୋଗ), ୩୫୧ (ଅପରାଧିକ ଧମକ) ଏବଂ ୩(୫) (ସାଧାରଣ ଉଦ୍ଦେଶ୍ୟ) ଅନୁଯାୟୀ ଏଫଆଇଆର ରୁଜୁ କରିବାକୁ ଦାବି କରିଥିଲେ।
Powered by Froala Editor