ଭୁବନେଶ୍ୱରରେ କଣ୍ଟେନମେଣ୍ଟ ଜୋନ
ଭୁବନେଶ୍ୱର: ପୁଣି ଫେରିଲା କଣ୍ଟେନମେଣ୍ଟ ଜୋନ। ଆଜି ସମ ହସ୍ପିଟାଲ ନିକଟସ୍ଥ ବ୍ଳକ-ଇ, ଜିମଖାନା ପାମ ହାଇଟସକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି ବିଏମସି । ଏଠାରୁ ଏକାଧିକ ସଂକ୍ରମିତ ଚିହ୍ନଟ ପରେ ବିଏମସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି ।
ନିଷିଦ୍ଧାଞ୍ଚଳକୁ ପ୍ରବେଶ କିମ୍ବା ବାହାରକୁ ଆସିବା ମନା । କଣ୍ଟେନମେଣ୍ଟ ଅଞ୍ଚଳରେ କଟକଣାକୁ କଡାକଡି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଅଞ୍ଚଳରେ ସମସ୍ତ ଦୋକାନ ବଜାର ଓ ଘରୋଇ ଅନୁଷ୍ଠାନ ବନ୍ଦ ରହିବ। ତେବେ ଅତ୍ୟାବଶ୍ୟକ ସହ ବିଏମସି ପକ୍ଷରୁ ଯୋଗାଇ ଦିଆଯିବ ମେଡିସିନ୍ ।
Powered by Froala Editor