ଯନ୍ତ୍ରୀ ସ୍ତରରେ ବଡ଼ଧରଣର ଅଦଳବଦଳ
ଭୁବନେଶ୍ୱର, : ନିର୍ବାଚନ ପରେ ରାଜ୍ୟ ସରକାର ଯନ୍ତ୍ରୀ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ଏକାଥରକରେ ୧୦୨ ଯନ୍ତ୍ରୀଙ୍କ ବଦଳି ହୋଇଛି । ୩୫ ଜଣ ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ପାହ୍ୟା (ଏସିଇ) ଅଧିକାରୀଙ୍କ ବଦଳି ହୋଇଥିବାବେଳେ ୬୭ ଜଣ ଅଧୀକ୍ଷଣ ଯନ୍ତ୍ରୀ (ସୁପରିଟେଣ୍ଡେଣ୍ଟ ଇଞ୍ଜିନିୟର)ଙ୍କ ବଦଳି ହୋଇଛି । ପୂର୍ତ୍ତ ବିଭାଗ ପକ୍ଷରୁ ମଙ୍ଗଳବାର ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଓଡ଼ିଶା ଲୋକାୟୁକ୍ତର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ମାନଗୋବିନ୍ଦ ବିଶ୍ୱାଳଙ୍କୁ ଗ୍ରାମ ଉନ୍ନୟନ ବିଭାଗକୁ ବଦଳି କରାଯାଇଛି । ଗ୍ରାମ ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଜ୍ୟୋତିରଞ୍ଜନ ଶତପଥୀଙ୍କୁ ସବୋର୍ଚ୍ଚ ଯନ୍ତ୍ରୀ (ଇଆଇସି)ଙ୍କ ଅଫିସ୍ରେ ରାସ୍ତା-୧ ଏସିଇ ଭାବେ ବଦଳି ହୋଇଛି । ସମ୍ବଲପୁର ଜାତୀୟ ରାଜପଥ ପଶ୍ଚିମ ଜୋନ୍ରେ କାର୍ୟ୍ୟରତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ନାରାୟଣ ପଟେଲଙ୍କୁ ଓବିସିସିକୁ ବଦଳି ହୋଇଛି ।
ଭୁବନେଶ୍ୱର ରାସ୍ତା ଓ ଗୃହ ବିଭାଜନ-୧ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟଯନ୍ତ୍ରୀ ତ୍ରିନାଥ ବେହେରାଙ୍କୁ କଟକ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି । ଗ୍ରାମ ଉନ୍ନୟନ ବିଭାଗରେ ଥିବା ଏସିଇ ତପନ କୁମାର ବେହେରା ବଲାଙ୍ଗୀର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ହୋଇଛନ୍ତି । ରାୟଗଡାରେ ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଥିବା ସତ୍ୟନାରାୟଣ ଖୁରା କୋରାପୁଟ ଯାଇଛନ୍ତି । ଗ୍ରାମ୍ୟ ଉନ୍ନୟନ ବିଭାଗରେ ଏସିଇ ଥିବା ଅଜିତ କୁମାର ସିଂଙ୍କୁ ସର୍ବୋଚ୍ଚ ଯନ୍ତ୍ରୀ ଅଫିସ୍ରେ ରାସ୍ତା-୨ ଦାୟିତ୍ୱ ଦିଆଯାଇଛି । ସର୍ବୋଚ୍ଚ ଯନ୍ତ୍ରୀଙ୍କ ଅଫିସ୍ରେ ଥିବା ପ୍ରଭାତ କୁମାର ମାହାଲି ଓଡ଼ିଶା ରାଜ୍ୟ ହାଉସିଂବୋର୍ଡ ଯାଇଛନ୍ତି । ଭୁବନେଶ୍ୱର ସର୍କଲର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ମାନସ ରଞ୍ଜନ ସେଠୀ ବାଲେଶ୍ୱରର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ହୋଇଛନ୍ତି ।
ଏହା ସହ ୬୭ ଜଣ ଅଧୀକ୍ଷଣ ଯନ୍ତ୍ରୀଙ୍କୁ (ଏସ୍ଇ)ମଧ୍ୟ ବଦଳି କରାଯାଇଛି । ଭଦ୍ରକ ରାସ୍ତା ଓ ଗୃହ ବିଭାଜନରେ ଥିବା ଏସ୍ଇଙ୍କୁ ଗ୍ରାମ ଉନ୍ନୟନ ବିଭାଗକୁ ବଦଳି ହୋଇଛି । ସେହିପରି ଆଶିଷ କୁମାର ନାୟକଙ୍କୁ ଭଞ୍ଜନଗରରୁ କଟକକୁ ବଦଳି ହୋଇଛି । ଭୁବନେଶ୍ୱର ବିଭାଜନ ନଂ-୩ର ଅଧୀକ୍ଷଣ ଯନ୍ତ୍ରୀ ଗାୟତ୍ରୀ ପଟେଲଙ୍କୁ ସର୍ବୋଚ୍ଚ ଯନ୍ତ୍ରୀଙ୍କ କାର୍ୟ୍ୟାଳୟକୁ ବଦଳି ହୋଇଛି । ଅମିତ କୁମାର ଟୁଡୁ ଫୁଲବାଣୀରୁ ସୁନ୍ଦରଗଡ ଯାଇଛନ୍ତି । ସଚିନ କୁମାର ସାହୁଙ୍କୁ ଭୁବନେଶ୍ୱର ଡିଭିଜନ-୨ର ଅଧୀକ୍ଷଣ ଯନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି । ଭୁବନେଶ୍ୱର ଡିଭିଜନ-୪ ଦାୟିତ୍ୱରେ ଥିବା ବିଭୁପ୍ରସାଦ ଲେଙ୍କାଙ୍କୁ ସମ୍ବଲପୁର ଡିଭିଜନ-୧ର ଅଧୀକ୍ଷଣ ଯନ୍ତ୍ରୀ ହୋଇଛନ୍ତି । ଓବିସିସିରେ କାର୍ୟ୍ୟରତ ସୁନ୍ଦରମାଧବ ପାଢ଼ୀଙ୍କୁ ଭୁବନେଶ୍ୱର ଡିଭିଜନ-୪ ଅଧୀକ୍ଷଣ ଯନ୍ତ୍ରୀ ଦାୟିତ୍ୱ ମିଳିଛି । କଟକ କ୍ଷୁଦ୍ର ଶିଳ୍ପ ନିଗମରେ କାର୍ୟ୍ୟରତ ଅମରେଶ ରାଉତରାୟଙ୍କୁ ଭୁବନେଶ୍ୱର ଡିଭିଜନ-୫ର ଅଧୀକ୍ଷଣ ଯନ୍ତ୍ରୀ ହୋଇଛନ୍ତି । ବଲାଙ୍ଗୀରରେ ଅଧୀକ୍ଷଣ ଯନ୍ତ୍ରୀ ଥିବା ନରେନ୍ଦ୍ର କୁମାର ଘଡ଼ାଇଙ୍କୁ ଭୁବନେଶ୍ୱର ଡିଭିଜନ- ୩ର ଅଧୀକ୍ଷଣ ଯନ୍ତ୍ରୀ ହୋଇଛନ୍ତି । ଓଡ଼ିଶା ସଚିବାଳୟ ସବ୍ ଡିଭିଜନରେ ଅଧୀକ୍ଷଣ ଯନ୍ତ୍ରୀ ଥିବା ପ୍ରଭୁଦତ୍ତ ପ୍ରଧାନଙ୍କୁ ଭୁବନେଶ୍ୱର ଡିଭିଜନ- ୧ର ଅଧୀକ୍ଷଣ ଯନ୍ତ୍ରୀ ହୋଇଛନ୍ତି ।
Powered by Froala Editor