ହସ୍ପିଟାଲରେ ରୋଗୀଙ୍କ ଆତ୍ମହତ୍ୟା
ଭୁବନେଶ୍ଵର: ଭୁବନେଶ୍ଵର ଏମ୍ସ ହସ୍ପିଟାଲରେ ରୋଗୀଙ୍କ ଆତ୍ମହତ୍ୟା ଅଭିଯୋଗ ହୋଇଛି। ଆଜି ସକାଳୁ ଅର୍ଥୋପେଡିକ୍ ଓ୍ବାର୍ଡରୁ ଜରେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଫ୍ୟାନରେ ଗାମୁଛା ଲଗାଇ ସେ ଆତ୍ମହତ୍ୟା କରିଛନ୍ତି। ମୃତକ ୭୦ ବର୍ଷୀୟ ଜଣେ ବୃଦ୍ଧ ହୋଇଥିବା ଜଣାପଡିଛି। ମୃତକଙ୍କ ଘର ଯାଜପୁର ଜିଲ୍ଲା ଅଟଳପୁର ଗାଁରେ। ମିଳିଥିବା ସୂଚନା ଅନୁସାରେ ଡିସେମ୍ବର ୫ ତାରିଖରେ ତାଙ୍କୁ ଚିକିତ୍ସା ପାଇଁ ଏମ୍ସରେ ଭର୍ତ୍ତି କରାଯାଇଥିଲା।
Powered by Froala Editor