ରାଜ୍ୟରେ ୧୦ ଡିଗ୍ରୀ ତଳେ ରହିଛି ୧୧ ସହରର ତାପମାତ୍ରା
ଭୁବନେଶ୍ଵର: ସାରା ରାଜ୍ୟରେ ଶୀତ ଲହରୀ ଜାରି ରହିଛି । ଆଭ୍ୟନ୍ତରୀଣ ଅଞ୍ଚଳ ଗୁଡିକରେ ସ୍ଥିତି ସମ୍ପୂର୍ଣ୍ଣ ଅସମ୍ଭାଳ ହୋଇପଡିଛି। ୧୦ ଡିଗ୍ରୀ ତଳେ ରହିଛି ୧୧ ସହରର ତାପମାତ୍ରା। ରବିବାର ରାତିରେ ସବୁଠୁ ଥଣ୍ଡା ସହର ଭାବେ ରେକର୍ଡ କରିଛି ରାଉରକେଲା। ଷ୍ଟିଲ ସିଟି ରାଉରକେଲାରେ ୫.୭ ଡିଗ୍ରୀ,ସୁନ୍ଦରଗଡରେ ୯, ଫୁଲବାଣୀରେ ୭ , ଝାରସୁଗୁଡାରେ ୭.୧ , ଦାରିଙ୍ଗବାଡିରେ ୭.୫, ଭବାନୀପାଟଣାରେ ୭.୮, ଅନୁଗୁଳରେ ୮, ଜଗତସିଂହପୁରରେ ୯.୫, କୋରାପୁଟ ଓ ଢେଙ୍କାନାଳରେ ୯.୬ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି। ଶିମିଳିପାଳରେ ତାପମାତ୍ରା ୧ ଡିଗ୍ରୀକୁ ଖସିଥିବା ନେଇ ସୂଚନା ମିଳିଛି। କନ୍ଧମାଳ ଏବଂ କଳାହାଣ୍ଡିରେ ମଧ୍ୟ ଅସହ୍ୟ ଶୀତ ଅନୁଭୂତ ହେଉଛି। ଚଳିତ ସିଜିନରେ ଟ୍ବିନ ସିଟିରେ ସବୁଠୁ କମ୍ ତାପମାତ୍ରା ରେକର୍ଡ ହୋଇଛି। ଭୁବନେଶ୍ଵରରେ ୧୦.୯ ଏବଂ କଟକରେ ୧୧ ଡିଗ୍ରୀ ରହିଛି ପାରଦ।
Powered by Froala Editor