୭ ମାସର ଗର୍ଭବତୀଙ୍କୁ ଗୁଳି ମାରିଦେଲେ
ସୁନ୍ଦରଗଡ଼ ଜିଲ୍ଲା ବଣାଇର ଟିକାୟତପାଲି ଥାନା ଝିର୍ଡାପାଲିରେ ଜଣେ ଗର୍ଭବତୀଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବୁଧବାର ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ତାଙ୍କୁ ଗୁଳି କରିଥିବା ଅଭିଯୋଗ ହୋଇଛି। ଘଟଣାକୁ ପ୍ରାରମ୍ଭିକ ପର୍ଯ୍ୟାୟରେ ସଭିଏଁ ଲୁଟ୍ ଉଦ୍ଦେଶ୍ୟରେ ବୋଲି ଭାବୁଥିଲେ ହେଁ ଏହା ଅନ୍ୟ ଏକ ଦିଗ ପ୍ରତି ଆଙ୍ଗୁଳି ନିର୍ଦ୍ଦେଶ କରୁଛି । ପୁଲିସ ଘଟଣାର ତଦନ୍ତ କରୁଛି।
ମୃତ ମହିଳାଙ୍କ ନାଁ ସୀମାମୟୀ ବେହେରା। ତାଙ୍କୁ ପ୍ରାୟ ୩୦ ବର୍ଷ ହୋଇଥିଲା। ସେ ୭ ମାସର ଗର୍ଭବତୀ ଥିଲେ। ମୃତ ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ବୁଧବାର ରାତି ପ୍ରାୟ ୧୨ଟା ୫୦ରେ କେହି ସେମାନଙ୍କ ଘରର କବାଟ ବାଡ଼େଇ ଥିଲେ। ଏହା ଶୁଣି ସୀମା କବାଟ ଖୋଲି ଦେଇଥିଲେ। ସେ କବାଟ ଖୋଲିବା ମାତ୍ରେ ୨ ଜଣ ଦୁର୍ବୃତ୍ତ ତାଙ୍କ ବେକରୁ ସୁନା ଚେନ୍ ଟାଣି ନେଇଥିଲେ। ତେଣୁ ସେ ଜୋରରେ ପାଟି କରିଥିଲେ। ଏହା ଦେଖି ଦୁର୍ବୃତ୍ତ ଦ୍ୱୟଙ୍କ ମଧ୍ୟରୁ ଜଣେ ତାଙ୍କ ଉପରକୁ ଗୁଳି କରି ଦେଇଥିଲେ।
ପରେ ତାଙ୍କ ଚିତ୍କାର ଓ ଗୁଳି ଫୁଟିବା ଶବ୍ଦ ଶୁଣି ଦେବେନ ବାହାରକୁ ଆସିଥିଲେ। ବାହାରକୁ ଆସି ଦେଖିଲାବେଳକୁ ସୀମା ତଳେ ପଡି ଛଟପଟ ହେବା ସହ ପ୍ରବଳ ରକ୍ତସ୍ରାବ ହେଉଛି। ଏହା ଦେଖି ସେ ପାଖ ପଡୋଶୀଙ୍କୁ ଡାକିଥିଲେ। ପରେ ପୋଲିସ ଖବର ପାଇ ଘଟଣାସ୍ଥଳରେ ପହଁଞ୍ଚିବା ବେଳକୁ ସୋମ୍ୟାଙ୍କୁ ବଣାଇଁ ଉପଖଣ୍ଡ ଚିକିତ୍ସାଳୟ ନିଆ ସାରିଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଦୁର୍ବୃତ୍ତମାନେ ଲୁଟ୍ ଉଦ୍ଦେଶ୍ୟରେ ଆସି ଏହି ସାତ ମାସର ଗର୍ଭବତୀଙ୍କୁ ଗୁଳି କଲେ ନା ଏହା ପଛରେ ଆଉ କିଛି ଉଦ୍ଦେଶ୍ୟ ଥିଲା, ତାହା ପୁଲିସର ତଦନ୍ତ ପରେ ଜଣାପଡ଼ିବ।
Powered by Froala Editor