୧୭ ଜିଲ୍ଲାରେ ଟିକାକରଣ ବନ୍ଦ
ଭୁବନେଶ୍ୱର: ଆଜି ରାଜ୍ୟର ୧୭ ଜିଲ୍ଲାରେ ଟିକାକରଣ ବନ୍ଦ ରହିବ । ଟିକା ଅଭାବ ପାଇଁ ରାଜ୍ୟ ସରକାର ଏଭଳି ନିଷ୍ପତ୍ତି ନେଇଛି । ରାଜ୍ୟକୁ ଗୁରୁବାର ଦିନ ୧ଲକ୍ଷ ଡୋଜ୍ ଟିକା ଆସିଥିଲେ ବି ଏହା ପର୍ୟ୍ୟାପ୍ତ ନୁହେଁ । ଏଥିପାଇଁ ବାଧ୍ୟ ହୋଇ ସରକାର ଏକାଧିକ ଟିକା କେନ୍ଦ୍ର ବନ୍ଦ ରଖିବେ । ତେବେ ଦିନେ ଦୁଇଦିନ ଭିତରେ ରାଜ୍ୟକୁ ଆଉ ୧୦ଲକ୍ଷ ଡୋଜ୍ ଟିକା ଆସିବ । ଖୁବ୍ଶୀଘ୍ର ଗର୍ଭବତୀଙ୍କ ଟିକାକରଣ ବି ଆରମ୍ଭ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।
ଅନୁୁଗୁଳ, ବଲାଙ୍ଗୀର, ବାଲେଶ୍ୱର, ଭଦ୍ରକ, ବୌଦ୍ଧ, କଟକ, ଦେବଗଡ, ଗଞ୍ଜାମ, ଯାଜପୁର, କନ୍ଧମାଳ, କେନ୍ଦ୍ରାପଡା, କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୟାଗଡ, ରାୟଗଡା ଓ ସୋନପୁରରେ ଟିକାକରଣ ବନ୍ଦ ରହିବ । ବାକି ୧୨ଟି ଜିଲ୍ଲାରେ ଟିକାକରଣ ଚାଲିବ । ଶୁକ୍ରବାର ପାଇଁ ଏହି ୧୨ ଜିଲ୍ଲାରେ ୧୦୨ଟି ଟିକା କେନ୍ଦ୍ର ଖୋଲାଯିବ । ଏଥିରୁ କେବଳ ଭୁବନେଶ୍ୱରରେ ୬୯ଟି କେନ୍ଦ୍ର ଖୋଲିବ ।
ଗତକାଲି ୧ଲକ୍ଷ କୋଭିସିଲଡ୍ ଡୋଜ୍ ଆସି ପହଞ୍ଚିବା ପରେ ରାଜ୍ୟରେ କୋଭିସିଲଡ ଟିକାର ଷ୍ଟକ୍ ୧ଲକ୍ଷ ୧୪ହଜାର ୬୬୦ ରହିଛି । ସେହିଭଳି ୪ଲକ୍ଷ ୪୨ହଜାର ୧୩୦ ଡୋଜ୍ କୋଭାକ୍ସିନ୍ ଡୋଜ୍ ମହଜୁଦ ରହିଛି ।
Powered by Froala Editor