ରାଜଧାନୀରେ ଝିପ୍ ଝିପ୍ ବର୍ଷା
ଭୁବନେଶ୍ଵର: ପଶ୍ଚିମା ଝଡର ପ୍ରଭାବରେ ଟ୍ବିନ୍ ସିଟି ସହ ବିଭିନ୍ନ ଜିଲ୍ଲାରେ କୋହଲା ପାଗ। ରାଜଧାନୀ ଭୁବନେଶ୍ଵର ସହ କଟକର ବିଭିନ୍ନ ସ୍ଥାନରେ ଝିପ୍ ଝିପ୍ ବର୍ଷା ହୋଇଛି। ଆଜି ୧୧ ଜିଲ୍ଲାରେ ସ୍ଵଳ୍ପରୁ ମଧ୍ୟମ ଧରଣର ବର୍ଷା ନେଇ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି। ଖୋର୍ଦ୍ଧା, କଟକ, ଢେଙ୍କାନାଳ, ପୁରୀ ଏବଂ ଯାଜପୁରରେ କୋହଲା ପାଗ ଦେଖିବାକୁ ମିଳିଛି। ୧୬ -୧୭ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଜାରି ରହିବା ନେଇ ସୂଚନା ମିଳିଛି।
Powered by Froala Editor