ବାହାଘର ଭୋଜିରୁ ଝଗଡ଼ା : କନ୍ଷ୍ଟେବଲ ସ୍ତ୍ରୀକୁ ରାସ୍ତାରେ ମାରିଲେ କନ୍ଷ୍ଟେବଲ୍ ସ୍ୱାମୀ
ବିବାହ ଭୋଜିରୁ ଫେରୁଥିବା ସମୟରେ କନେଷ୍ଟବଳ ସ୍ତ୍ରୀଙ୍କୁ ରାସ୍ତାରେ ଆକ୍ରମଣ କଲେ କନ୍ଷ୍ଟେବଲ୍ ସ୍ୱାମୀ। ଅଭିଯୋଗ ମୁତାବକ, ବଲାଙ୍ଗୀର ରିଜର୍ଭ ପୁଲିସରେ କାମ କରୁଥିବା ସମରା ଗ୍ରାମର କନେଷ୍ଟବଳ ଜ୍ୟୋତିରଂଜନ ପ୍ରଧାନ ତାଙ୍କ କନେଷ୍ଟବଳ ସ୍ତ୍ରୀ ଦେଓଗାଁ ବ୍ଲକ୍ କୁନ୍ଦେମାଲ ଗାଁର ନୂପୁର ବିଶ୍ବାଳଙ୍କ ସହିତ ସମରା ଗ୍ରାମକୁ ବିବାହ ଭୋଜି ଖାଇବାକୁ ଆସିଥିଲେ।
ତେବେ ସମରା ଛକ ନିକଟରେ କୌଣସି କଥାକୁ ନେଇ ଉଭୟଙ୍କ ଭିତରେ ସାମାନ୍ୟ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗି ଯାଇଥିଲେ ଜ୍ୟୋତି। ସେହି ରାସ୍ତା ପାର୍ଶ୍ୱରେ ଗାଡ଼ି ଛିଡ଼ା କରିଥିଲେ। ଯେଉଁଠି ପୂର୍ବରୁ ତାଙ୍କ ସାଙ୍ଗ ଛିଡ଼ା ହୋଇଥିଲେ। ଅଭିଯୋଗ ଅନୁସାରେ ଜ୍ୟୋତିଙ୍କ ସାଙ୍ଗ ପ୍ରଥମେ ନୁପୁରଙ୍କ ଚୁଟିକୁ ଟାଣି ଧରିଥିଲେ। ତା’ପରେ ନୁପୁରଙ୍କୁ ଜ୍ୟୋତି ଆକ୍ରମଣ କରିଥିଲେ।
ଏହି ସମୟରେ ନୂପୁର ଚିତ୍କାର କରିବାରୁ ପାଖ ବିଲରେ ଥିବା କିଛି ଗ୍ରାମବାସୀ ଘଟଣାସ୍ଥଳକୁ ଆସିଯାଇଥିଲେ। ଫଳରେ ଜ୍ୟୋତିରଞ୍ଜନ ଓ ସାଙ୍ଗ ଜଗା ଘଟଣାସ୍ଥଳରୁ ଫେରାର୍ ହୋଇଥିଲେ। ଏହାପରେ ଉକ୍ତ ଗ୍ରାମବାସୀ ନୂପୁରଙ୍କୁ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ଡାକ୍ତରଖାନାକୁ ପଠାଇଥିଲେ।
ନୁପୁରଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଜୀବନରୁ ମାରିଦେବାକୁ ଉଦ୍ୟମ କରାଯାଇଥିବା ଚର୍ଚ୍ଚା ହେଉଛି। ନୁପୁରଙ୍କ ପରିବାର ଲୋକଙ୍କ ଅଭିଯୋଗ ଅଧାରରେ ତୁଷୁରା ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି।
Powered by Froala Editor