୪ଟି ବିଦ୍ୟୁତ ବିତରଣ କମ୍ପାନୀ ଉପରେ ବାକି ପଡ଼ିଛି ୬ ହଜାର ୫୮୭ କୋଟି ଟଙ୍କା
ଭୁବନେଶ୍ୱର: ୪ଟି ବିଦ୍ୟୁତ ବିତରଣ କମ୍ପାନୀ ଉପରେ ୬ ହଜାର ୫୮୭ କୋଟି ଟଙ୍କା ବାକି ପଡ଼ିଛି । ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ।
ଶ୍ରୀ ସିଂହଦେଓଙ୍କ ସୂଚନା ଅନୁଯାୟୀ ସେସୁ ବାକି ରଖି ୨୬୫୧ କୋଟି ଟଙ୍କା । ନେସ୍କୋର ୯୫୧ କୋଟି ଟଙ୍କା ବାକି ପଡ଼ିଛି । ସେହିପରି ଓସ୍କୋ ବାକି ରଖିଛି ୧୬୭୭ କୋଟି ଟଙ୍କା । ସାଉଥକୋର ୧୩୦୦କୋଟି ଟଙ୍କା ବାକି ରହିଛି । ଅନ୍ୟପକ୍ଷରେ ଟାଟା ଅଧିକୃତ କରିବାରେ ଗ୍ରୀଡକୋ ତା’ର ବକେୟା ପ୍ରଦାନ କରୁଛି ବୋଲି ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ସୂଚନା ଦେଇଛନ୍ତି ।
Powered by Froala Editor