ଆଜି ନୌସେନା ଦିବସ, ରଣ କୌଶଳ ଦେଖାଇବେ ନୌବୀର
ଭୁବନେଶ୍ୱର: ଆଜି ନୌସେନା ଦିବସ। ପୁରୀ ସମୁଦ୍ରର ଅଥଳ ଜଳରାଶିରେ ରଣ କୌଶଳ ଦେଖାଇବେ ନୌବୀର। ନୌସେନାର ଏହି ପରାକ୍ରମକୁ ଦେଖିବେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ। ଏଥିପାଇଁ ପୁରୀ ବ୍ଲୁ ଫ୍ଲାଗ ବିଚରେ ସମସ୍ତ ପ୍ରସ୍ତୁତି ସରିଛି।
ଜଳ, ସ୍ଥଳ ଓ ଆକାଶ ପଥରେ ଜଲୱା ଦେଖାଇବେ ନୌସେନାର ଯବାନ। ଏହି କାର୍ୟ୍ୟକ୍ରମରେ ୧୫ଟି ଯୁଦ୍ଧ ଜାହାଜ, ଓ ୪୦ ଏୟାରକ୍ରାଫ୍ଟ୍ ସାମିଲ ହୋଇ ଯୁଦ୍ଧକୌଶଳ ଦେଖାଇବେ।ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏଥିରେ ମୁଖ୍ୟ ଅତିଥି ହେବେ। ପ୍ରଥମ ଥର ପାଇଁ ଓଡ଼ିଶାରେ ଏତେ ବଡ଼ କାର୍ୟ୍ୟକ୍ରମ ହେଉଥିବାରୁ ଲୋକଙ୍କ ଭିତରେ ଉତ୍ସାହ ଖୁବ୍ ଅଧିକ ରହିଛି। ଉଦ୍ଭାବନ ଓ ସ୍ୱଦେଶୀକରଣ ଦ୍ୱାରା ଶକ୍ତି ଓ ସାମର୍ଥ୍ୟ ହେଉଛି ଏଥର ନୌସେନା ଦିବସର ଥିମ୍। ନୌସେନା ଦିବସ ପାଳନ ନେଇ ପୁରୀରେ ସୁରକ୍ଷାକୁ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ଆଜି ନୌସେନା ଦିବସ ଦେଖିବାକୁ ସମସ୍ତ ବିଧାୟକ ବସରେ ପୁରୀ ଯିବେ ବୋଲି ସୂଚନା ମିଳିଛି।
Powered by Froala Editor