ବଢିଲା ବସ୍ ଭଡ଼ା
ରାଜ୍ୟରେ ବଢିଲା ବସ୍ ଭଡ଼ା। ଅଟୋମେଟିକ ମେକାନିଜିମ ସିଷ୍ଟମ ଅନୁଯାୟୀ ବସ ଭଡ଼ା ବୃଦ୍ଧି ଘଟିଛି । ସାଧାରଣ ଓ ଏକ୍ସପ୍ରେସ ବସ୍ ଭଡ଼ା କିଲୋମିଟର ପ୍ରତି ୪ ପଇସା ବଢ଼ିଛି। ଡିଲକ୍ସ ଓ ଏସି ଡିଲକ୍ସ ବସ୍ ଭଡ଼ା ୮ ପଇସା ଲେଖାଏ ବୃଦ୍ଧି ହୋଇଛି। ସୁପର ପ୍ରିମିୟମ ବସରେ ଭଡ଼ା କିଲୋମଟରରୁ ପିଛା ୧୨ ପଇସା ବଢ଼ିଛି।
ସାଧାରଣ ବସ୍ ଭଡ଼ା ୮୫ ପଇସାରୁ ୪ ପଇସା ବଢ଼ି ୮୯ ପଇସାକୁ ବୃଦ୍ଧି ପାଇଛି । ଏକ୍ସପ୍ରେସ୍ ବସ୍ ଭଡ଼ା ୮୯ପଇସାରୁ ୯୩ ପଇସାକୁ ବୃଦ୍ଧି ହୋଇଛି । ସେହିପରି ଡିଲକ୍ସ ଓ ଏସି ଡିଲକ୍ସ ଭଡ଼ା ୮ପଇସା ବୃଦ୍ଧି ପାଇଛି । ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୨୧ପଇସାରୁ ୧ ଟଙ୍କା ୨୯ ପଇସାକୁ ବୃଦ୍ଧି ପାଇଛି । ଏସି ଡିଲକ୍ସ ବସ୍ ଭଡ଼ା ୧ ଟଙ୍କା ୪୯ ପଇସାରୁ ୧ ଦଶମିକ ୫୭ ଟଙ୍କାକୁ ବୃଦ୍ଧି ପାଇଛି । ସୁପର ପ୍ରିମିୟମ ବସ୍ ଭଡ଼ାରେ ୧୨ ପଇସା ବୃଦ୍ଧି ପାଇଛି ।
କୋଭିଡ କଟକଣା ଅଥବା ଲକଡାଉନ ଯୋଗୁଁ ରାଜ୍ୟରେ ସମସ୍ତ ବସ ଚଳାଚଳ ବନ୍ଦ ରହିଥିଲା । କିନ୍ତୁ ଜୁନ ଶେଷ ତାରିଖରେ ମୁଖ୍ୟ ଶାସନ ସଚିବ ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଥିଲେ । ଯେଉଁଥିରେ ରାଜ୍ୟର କାଟାଗୋରୀ Aରେ ଥିବା ଜିଲ୍ଲା ଗୁଡ଼ିକରେ ବସ ଏବଂ ଟ୍ୟାକ୍ସି ଚଳାଚଳ କରିବାକୁ ମିଳିଛି।
Powered by Froala Editor