ମେଗା ଜଳ ପ୍ରକଳ୍ପ ଠିକା କାମରେ ପୂର୍ବ ସରକାରକୁ ଟାର୍ଗେଟ କଲେ ପାନୀୟ ଜଳ ମନ୍ତ୍ରୀ
ଭୁବନେଶ୍ୱର: ମେଗା ଜଳ ପ୍ରକଳ୍ପ ନେଇ ଗୃହରେ ପ୍ରଶ୍ନ ଉଠାଇଲେ ଚୌଦ୍ୱାର ବିଧାୟକ ସୈାଭିକ ବିଶ୍ୱାଳ। କହିଛନ୍ତି ବିଧାୟକଙ୍କ କହିବା କଥା ରାଜ୍ୟରେ ଆଜି ସୁଦ୍ଧା ୨୦୭ ଗୋଟି ପ୍ରେଜେକ୍ଟରୁ ୧୬ ଗୋଟି ପ୍ରୋଜେକ୍ଟ ପୁରା ହୋଇଛି । ବର୍ତ୍ତମାନ ସୁଦ୍ଧା ୧୫୧ ଗୋଟି ପ୍ରୋଜେକ୍ଟ କାମ ଚାଲୁ ରହିଛି । ୨୦୨୬ ସୁ୍ଦ୍ଧା କାମ ଶେଷ ହେବ , କିନ୍ତୁ ଏହି କାମ କେବେ ସୁ୍ଦ୍ଧା ଶେଷ ହେବ ସେନେଇ ମାନ୍ୟବର ମନ୍ତ୍ରୀଙ୍କ ଠାରୁ ଜାଣିବାକୁ ଚାହୁଁଛି , ଏହି କାମ ବାରମ୍ବାର ଅହେତୁକ ବିଳମ୍ବ ହେଉଛି । ବିଧାୟକ ସୌଭିକ ବିଶ୍ୱାଳଙ୍କ ପ୍ରଶ୍ନରେ ପଂଚାୟତରାଜ ଓ ପାନୀୟ ଜଳ ମନ୍ତ୍ରୀ ରବି ନାୟକ ଉତ୍ତର ରଖି କହିଛନ୍ତି , ମେଗା ଜଳ ପ୍ରକଳ୍ପ ଠିକା କାମରେ ପୂର୍ବ ସରକାରକୁ ଟାର୍ଗେଟ କରିଛନ୍ତି ପାନୀୟ ଜଳ ମନ୍ତ୍ରୀ। ପୂର୍ବ ସରକାର ସମୟରେ ଠିକାଦାର ମାନେ ମଲେଇ ନେଇ ପଳେଇଥିବା ଅଭିଯୋଗ କରିଛନ୍ତି ମନ୍ତ୍ରୀ ରବି ନାୟକ। ପୂର୍ବ ସରକାର ବେଳେ କେବଳ ପାଇପ ବିଛାଇବା କାମ କରିଥିଲେ । କେବଳ ଘରକୁ ଟ୍ୟାପ ଲଗାଇଛନ୍ତି। ଯେଉଁମାନେ ଠିକା ନେଇଥିଲେ, ସେମାନେ ୫୮ ପ୍ରତିଶତ ଟଙ୍କା ନେଇ ପଳାଇଛନ୍ତି । ଠିକାଦାରମାନେ ମଲେଇ ନେଇ ପଳାଇଛନ୍ତି କିନ୍ତୁ ତା ପରବର୍ତ୍ତୀ ପାଣି ବିଶୋଧନ କରିବା ପାଇଁ ଟ୍ୟାଙ୍କ କାମ ଏବେ ବି ବାକି ଥିବା ଗୃହରେ କହିଛନ୍ତି ମନ୍ତ୍ରୀ ।
ଏହାକୁ କାଉଣ୍ଟରରେ କହିଛନ୍ତି ବିଜେଡି ବିଧାୟକ ଗଣେଶ୍ୱର ବେହେରା , ଯେଉଁମାନେ ଏହି ପ୍ରକଳ୍ପରେ ମଲେଇ ଖାଇଛନ୍ତି ସେମାନେ ଆମ ରାଜ୍ୟର ନୁହଁନ୍ତି ସେମାନଙ୍କୁ ସରକାର ବାନ୍ଧିବା ଦରକାର । ସରକାର ସେମାନଙ୍କୁ ବାନ୍ଧିବାକୁ ବଡ ଯୋଜନା କରନ୍ତୁ , ପ୍ରକଳ୍ପ ପାଇବା ପାଇଁ ପେଟି ଆକାରରେ ଟଙ୍କା ବଣ୍ଟନ କରାଯାଇଥିଲା । ତାହା ବର୍ତ୍ତମାନ ଚିନ୍ତାଜନକ ବିଷୟ ତାକୁ ଏବେ ସରକାର ଠିକ କରିବା ଦରକାର ।
Powered by Froala Editor