ମାର୍ଚ୍ଚ ସୁଦ୍ଧା ଯୋଗାଇ ଦିଆଯିବ ସବୁ ଗାଁକୁ ଇଣ୍ଟରନେଟ ସେବା
ଭୁବନେଶ୍ୱର: ୨୦୨୫ ମାର୍ଚ୍ଚ ସୁଦ୍ଧା ସବୁ ଗାଁକୁ ଇଣ୍ଟରନେଟ ସେବା ଯୋଗାଇ ଦିଆଯିବ । ସୋମବାର ବିଧାନସଭାରେ ଏହି ସୂଚନା ଦେଇଛନ୍ତି ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ । ତାଙ୍କ ସୂଚନା ଅନୁଯାୟୀ ସଂଯୋଗ ହୋଇନଥିବା ସବୁ ଗ୍ରାମରେ ସେବା ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି । ଇଣ୍ଟରନେଟ ସମସ୍ୟା ଦୂର ପାଇଁ ଏଡିଏମଙ୍କ ଅଧ୍ୟକ୍ଷତାରେ ଟାସ୍କ ଫୋର୍ସ ଗଠନ କରାଯାଇଛି । ଟାୱାର ବସାଇବାକୁ ଜମି ଅଧିଗ୍ରହଣ ନେଇ ସମ୍ପୃକ୍ତ ଟାସ୍କଫୋର୍ସ କାମ କରିବ । ରାଜ୍ୟରେ ୪୭, ୯୦୨ଟି ମୋବାଇଲ ଟାୱାରରୁ ୧୨,୬୦୨ଟି ୫-ଜି ଟାୱାର ରହିଛି । ପାହାଡ଼ିଆ ଅଞ୍ଚଳରେ ବି ଖୁବଶୀଘ୍ର ମୋବାଇଲ ଓ ଇଣ୍ଟରନେଟ ସେବା ମିଳିବ । ସାତକୋଶିଆରେ ଇଣ୍ଟରନେଟ ସୁବିଧା ପାଇଁ ସ୍ୱତନ୍ତ୍ର ଯୋଜନା ହେଉଛି ବୋଲି ଆଇଟି ମନ୍ତ୍ରୀ ମୁକେଶ ମହାଲିଙ୍ଗ ସୋମବାର ବିଧାନସଭାରେ ସୂଚନା ଦେଇଛନ୍ତି ।
Powered by Froala Editor