୨୪ ଘଣ୍ଟାର ମହଲତ, ସାଂସଦ ପପୁ ଯାଦବଙ୍କୁ ପୁଣି ହତ୍ୟା ଧମକ
ବିହାର ଏମପି ପପୁ ଯାଦବଙ୍କୁ ଏବେ ହତ୍ୟା ଧମକ ଦିଆଯାଉଛି। ଏହି ଧମକପୂର୍ଣ୍ଣ ବାର୍ତ୍ତା ପପୁ ଯାଦବଙ୍କ ହ୍ବାଟସ ଆପ ନମ୍ବରରେ ଆସିଛି। ବାର୍ତ୍ତାରେ ଏହା ଲେଖା ଅଛି, ‘୨୪ ଘଣ୍ଟା ମଧ୍ୟରେ ଆମେ ଆପଣଙ୍କୁ ହତ୍ୟା କରିବୁ। ଆମର ସାଥୀମାନେ ଆପଣଙ୍କ ନିକଟରେ ଅତି ନିକଟତର ହୋଇଛନ୍ତି। ଏପରିକି ଆପଣଙ୍କର ଅଙ୍ଗରାକ୍ଷୀମାନେ ମଧ୍ୟ ଆପଣଙ୍କୁ ବଞ୍ଚାଇବାକୁ ସମର୍ଥ ହେବେ ନାହିଁ। ଜନ୍ମଦିନର ଶୁଭେଚ୍ଛା, ଲରେନ୍ସ ଭୋଇ ଏବଂ ତାଙ୍କ ଦଳ। ପୂର୍ଣ୍ଣିୟା ସାଂସଦ ଆପଣଙ୍କର ଶେଷ ଦିନକୁ ଉପଭୋଗ କରନ୍ତୁ। ଧମକ ଦେଉଥିବା ବ୍ୟକ୍ତି ତାଙ୍କୁ ଗତ ୨୪ ଘଣ୍ଟା ମହଲତ ଦେଇଛନ୍ତି।
ଏହି ବାର୍ତ୍ତା ଏମପି ପପୁ ଯାଦବଙ୍କୁ ପାକିସ୍ତାନୀ ନମ୍ବରରୁ ଆସିଛି। ଧମକ ଦେଇଥିବା ବ୍ୟକ୍ତି ଜଣକ ନିଜକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ସଦସ୍ୟ ବୋଲି ଦାବି କରୁଛି। କେବଳ ସେତକି ନୁହେଁ ୭ ସେକେଣ୍ଡର ଏକ ବିସ୍ଫୋରଣ ଭିଡିଓ ମଧ୍ୟ ସାଂସଦଙ୍କ ମୋବାଇଲ ନମ୍ବରକୁ ପଠାଯାଇଛି।
ସୂଚନାଯୋଗ୍ୟ ଯେ ମୁମ୍ବାଇରେ ବାବା ସିଦ୍ଦିକିଙ୍କ ହତ୍ୟା ପରେ ପପୁ ଯାଦବ କହିଥିଲେ ଯେ ଲରେନ୍ସ ବିଷ୍ଣୋଇ ଦୁଇ ଟଙ୍କିଆ ଗୁଣ୍ଡା ବୋଲି କହିଥିଲେ। ଯଦି ମୁଁ ଅନୁମତି ପାଏ, ମୁଁ ୨୪ଘଣ୍ଟା ମଧ୍ୟରେ ତାଙ୍କର ସମ୍ପୂର୍ଣ୍ଣ ନେଟୱାର୍କକୁ ନଷ୍ଟ କରିଦେବି । ଏହା ପରେ ପପୁ ଯାଦବ ଧମକ ପାଇବା ଆରମ୍ଭ କରିଥିଲେ।
Powered by Froala Editor