ସିରିଜ ଦୁର୍ଘଟଣାରେ ୪ ମୃତ

ବାରିପଦା: ବାରିପଦାରେ ଏକ ଟ୍ରକ ଶନିବାର ସିରିଜ ଦୁର୍ଘଟଣା ଘଟାଇବାରୁ ୪ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଘଟଣାରେ ୩ ଜଣ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।
ସୂଚନା ଅନୁସାରେ, ଟ୍ରକଟି ପ୍ରଥମେ ତିରିଂ ଥାନା ବଡ଼ ଡାଳିମା ଛକରେ ୩ ଜଣଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଗୁରୁତର ଆହତ ହୋଇଥିଲେ। ଟ୍ରକଟି ସେଠାରୁ ଖସି ପଳାଇଥିଲା। ପରବର୍ତ୍ତୀ ସମୟରେ ପ୍ରାୟ ୧୫ କିଲୋମିଟର ଯିବା ପରେ ଟ୍ରକଟି ବହଳଦା ଥାନା ବାଗଡେଗାଠାରେ ଏକ ଅଟୋକୁ ପିଟିଥିଲା। ଫଳରେ ଅଟୋରେ ଥିବା ଏକ ଦମ୍ପତିଙ୍କ ସହିତ ଅଟୋ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା। ଅଟୋରେ ଥିବା ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଥିଲେ। ଦୁର୍ଘଟଣା ପରେ ଟ୍ରକଟି ରାସ୍ତା ତଳକୁ ଖସିପଡ଼ିଥିଲା। ସ୍ଥାନୀୟ ଲୋକେ ଟ୍ରକରେ ଥିବା ଜଣେ ବ୍ୟକ୍ତିଙ୍କୁ କାବୁ କରିଥିବାବେଳେ ଡ୍ରାଇଭର ଫେରାର ହୋଇଯାଇଥିବା ଜଣାପଡ଼ିଛି।
Powered by Froala Editor