କମ୍ବିଂ ବେଳେ ମହିଳା ମାଓବାଦୀ ଗିରଫ
କମ୍ବିଂ ଅପରେସନ ବେଳେ ଜଣେ ମହିଳା ମାଓବାଦୀକୁ ଗିରଫ କରିଛି ପୋଲିସ । ଏମଭି-୭୯ ଥାନା ଅଞ୍ଚଳର କୁର୍ତ୍ତି ଗ୍ରାମ୍ୟ ଜଙ୍ଗଲରେ ନକ୍ସଲ ବୁଲୁଥିବା କଥା ପୋଲିସ ବିଶେଷ ସୂତ୍ରରୁ ଖବର ପାଇଥିଲା । ଏହା ପରେ ତୁରନ୍ତ ଏସଓଜି ଏବଂ ଡିଭିଏଫ ଯବାନ ଅପରେସନକୁ ବାହାରିଥିଲେ। ଅପରେସନ ବେଳେ ଜଂଗଲରେ ଜଣେ ସନ୍ଦିଗ୍ଧ ମହିଳା ବୁଲୁଥିବା ଯବାନ ଦେଖିଥିଲେ । ସେ ଯବାନଙ୍କୁ ଦେଖି ଦୌଡି ପଳାଇବା ପାଇଁ ଚେଷ୍ଟା କରୁଥିବା ବେଳେ ଯବାନ କାବୁ କରିଥିଲେ। ପରେ ମହିଳାଙ୍କୁ ଧରି ପଚରାଉଚରା କରିବା ପରେ ସେ ମାଓ ସଂଗଠନର ଜଣେ କ୍ୟାଡର ନକ୍ସଲ ବୋଲି ପରିଚୟ ଦେଇଥିଲା।
ଗିରଫ ମହିଳା ମାଓବାଦୀ ହେଲେ ଛତିଶଗଡ଼ର ବିଜାପୁର ଜିଲ୍ଲାର କୋଣ୍ଡାରଜୀ ଗ୍ରାମର ବାମନ ମାଣ୍ଡବୀଙ୍କ ଝିଅ ଅନ୍ତି ମାଣ୍ଡବୀ ଅରଫ ଲାକେ(୨୨)। ପୁଲିସ ଲାକେକୁ ଧରି ପଚରାଉଚରା କରିବା ପରେ ସେ ଗତ ୨୦୧୭ରେ ମାଓନେତା ସୁଖରାମଙ୍କ ନେତୃତ୍ବରେ ମାଓ ସଂଗଠନରେ ଜଡିତ ହୋଇଥିଲା। ପରେ ସେ ଦକ୍ଷିଣ ବସ୍ତର ଡିଭିଜନରେ କାମ କରିବା ପରେ ପ୍ଲାଟୁନ ନମ୍ବର ୧୨ରେ ମଧ୍ୟ କାମ କରୁଥିଲା। କେନ୍ଦ୍ରୀୟ କମିଟି ସଦସ୍ୟ ଉଦୟର ସେ ଅଙ୍ଗରକ୍ଷକ ଥିଲା। ମାଲକାନଗିରି ଜଂଗଲରେ ଉଦୟ ସହ ବୁଲୁଥିବା ଅନୁମାନ କରାଯାଉଛି।
ସୂଚନାରୁ ପ୍ରକାଶ ପୋଲିସ ସହ ୯ଟି ଏନକାଉଣ୍ଟର ମାମଲାରେ ସଂପୃକ୍ତ ଥିଲେ ମାଣ୍ଡବୀ। ମାଣ୍ଡବୀଙ୍କ ନାଁରେ ୨ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା । ହେଲେ ମାଲକାନଗିରି ସୀମା ଭିତରକୁ ଆସି ଉଜୁଡ଼ି ଯାଇଥିବା ମାଓ ସଂଗଠନର ସୁରକ୍ଷା ସହ ମାଓ ସଂଗଠନକୁ ପୁଣି ଥରେ ସଜାଡ଼ିବା ଲାଗି ଆଶ୍ରୟ ସ୍ଥଳି ଖୋଜୁଥିବା ବେଳେ କମ୍ବିଂ ଅପରେସନରେ ଥିବା ସୁରକ୍ଷାକର୍ମୀଙ୍କ ହାତରେ ଧରା ପଡ଼ିଥିଲେ ।
Powered by Froala Editor