ଓଡ଼ିଶାରେ ବାଲ୍ୟ ବିବାହ ନିରାକରଣ ନିମନ୍ତେ ଜାତୀୟ ଅଭିଯାନରେ ଯୋଗଦେଲା ଏଚ୍ବିଟି
ଭୁବନେଶ୍ୱର: ଲିଙ୍ଗଗତ ହିଂସାର ଏକ ବ୍ୟାପକ ରୂପ ବାଲ୍ୟ ବିବାହ ଭାରତରେ ପିଲାମାନଙ୍କର ଅଧିକାର ଓ ଭବିଷ୍ୟତ ପ୍ରତି ନିରନ୍ତର ବିପଦ ସୃଷ୍ଟିକରୁଛି । ଏହି ଧାରାରେ ପରିସମାପ୍ତି ଘଟାଇବା ନିମନ୍ତେ ପ୍ରତିଶୃତିବଦ୍ଧ ହମାରା ବଚ୍ପନ ଟ୍ରଷ୍ଟ (ଏଚବିଟି) ଆଜି ପର୍ଯ୍ୟନ୍ତ ଓଡ଼ିଶାରେ ୧୦୪୯ ବାଲ୍ୟ ବିବାହକୁ ସଫଳତାର ସହିତ ରୋକିପାରିଛି । ଏହାର ଲକ୍ଷ୍ୟ ଅନୁଯାୟୀ ରାଷ୍ଟ୍ରବ୍ୟାପୀ ‘ବାଲ୍ ବିବାହ ମୁକ୍ତ ଭାରତ’ ଅଭିଯାନରେ ସଫଳତାର ସହିତ ଅଂଶଗ୍ରହଣ କରୁଛି, ଯାହା ନଭେମ୍ବର ୨୭ ତାରିଖରେ ନୂଆଦିଲ୍ଲୀର ବିଜ୍ଞାନ ଭବନରେ ଭାରତ ସରକାରଙ୍କ ଦ୍ୱାରା ଉଦ୍ଘାଟିତ ହୋଇଯାଇଛି ।
୪୦୦ ଜିଲ୍ଲାରେ କାର୍ଯ୍ୟ କରୁଥିବା ୨୫୦ରୁ ଅଧିକ ନାଗରିକ ସମାଜ ସଂଗଠନର ଏକ ରାଷ୍ଟ୍ରୀୟ ନେଟୱର୍କ ଜଷ୍ଟ୍ ରାଇଟ୍ସ୍ ପର ଚିଲଡ୍ରେନ (ଜେଆର୍ସି) ଆଲାଏନ୍ସର ଏକ ମୁଖ୍ୟ ସହଯୋଗୀ ଭାବରେ ଏଚ୍ବିଟି ବାଲ୍ୟ-ବିବାହ-ମୁକ୍ତ ଜିଲ୍ଲା ଗଠନ ପ୍ରୟାସରେ କୈଳାଶ ସତ୍ୟାର୍ଥୀ ଚିଲ୍ଡ୍ରେନ୍ସ ଫାଉଣ୍ଡେସନର ସମ୍ପ୍ରତି ରହିଥିବା ସହଯୋଗୀତା ସହିତ କେନ୍ଦୁଝର ଓ କନ୍ଧମାଳରେ ଜିଲ୍ଲାସ୍ତରୀୟ ଉଦ୍ଘାଟନର ନେତୃତ୍ୱ ନେଇଥିଲା । ଏହି ପ୍ରୟାସରେ ସଂପୃକ୍ତ ମୁଖ୍ୟ ସହଭାଗୀଙ୍କ ମଧ୍ୟରେ ଜିଲ୍ଲା ଉପ ଆରକ୍ଷୀ ଅଧିକ୍ଷକ (ଡିଏସ୍ପି), ବାଳ ଅପରାଧ ନ୍ୟାୟ ବୋର୍ଡ (ଜେଜେବି)ର ସଦସ୍ୟଗଣ, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀଗଣ (ସିଡିପିଓ), ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଗଣ (ଡିସିପିଓ), ଶିଶୁ ମଙ୍ଗଳ କମିଟି (ସିଡବ୍ଲୁ୍ୟସି)ର ସଦସ୍ୟଗଣ, ଚାଇଲ୍ଡ କେୟାର ଇନଷ୍ଟିଚୁ୍ୟଟସ୍ (ସିସିଆଇ)ର ପ୍ରତିନିଧିବୃନ୍ଦ ଏବଂ କିଶୋରୀ ବାଳିକାମାନେ ସାମିଲ ଥିଲେ ।
କନ୍ଧମାଳରେ ଏହି ଅଭିଯାନ ରାଇକିଆ, ମଣ୍ଡାକିଆ, ଗୋଛାପଡା, ଫିରିଙ୍ଗିଆ ଏବଂ କାଇଁଝର ଆଦି ପାଞ୍ଚଟି ପଞ୍ଚାୟତର ୫୦ଟି ଗ୍ରାମରେ ଗ୍ରାମ୍ୟସ୍ତରୀୟ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିଲା । ଅନୁରୂପ ଭାବରେ କେନ୍ଦଉଜରରେ ପଟଣା, ହାଟଡିହି ଏବଂ ବାଂଶପାଳ ବ୍ଲକ୍ଗୁଡିକରେ ବ୍ଲକସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ଯାହା ୧୩ଟି ଗ୍ରାମ ପଞ୍ଚାୟତର ୫୦ଟି ଗ୍ରାମରେ ପହଞ୍ଚିଥିଲା ।
ଉଭୟ ଜିଲ୍ଲାରେ ଅଙ୍ଗନବାଡି କର୍ମୀ, ଏସଏଚ୍ଜି ଏବଂ ସିବିଓ ସଦସ୍ୟ, ପିଆରଇ ପ୍ରତିନିଧି, ଅଭିଭାବକ, ଧର୍ମୀୟ ନେତୃବୃନ୍ଦ ଏବଂ ଯୁବବର୍ଗଙ୍କ ସମେତ ପ୍ରାୟ ୪୩୦୦ ଲୋକ ବାଲ୍ୟ ବିବାହ ନିରାକରଣ ପ୍ରୟାସରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ମହମବତୀ ଶୋଭାଯାତ୍ରା ଏବଂ ଶପଥଗ୍ରହଣ ଉତ୍ସବ ସ୍ଥାନ ପାଇଥିଲା, ଯାହା ବାଲ୍ୟ ବିବାହରେ ପରିସମାପ୍ତ ଘଟାଇବା ନିମନ୍ତେ ଜନସାଧାରଣଙ୍କର ମଜଭୁତ ପ୍ରତିବଦ୍ଧତାକୁ ପ୍ରୋତ୍ସାହିତ କରିଥିଲା ।
ଏହି ଅଭିଯାନ ବାଲ୍ୟ ବିବାହ ଏକ ମାନବାଧିକାର ପ୍ରସଙ୍ଗ ଭାବରେ ଆଲୋକପାତ କରିଥିଲା ଯାହା ବାଳିକାମାନଙ୍କୁ ଶିକ୍ଷା, ଉପଯୁକ୍ତ ସ୍ୱାସ୍ଥ୍ୟଯନô ଏବଂ ଉତ୍ତମ ଭବିଷ୍ୟତ ନିମନ୍ତେ ସୁଯୋଗରୁ ବଞ୍ଚିତ କରୁଛି । ଏହି ପ୍ରୟାସଗୁଡିକ ଏକ ବାଲ୍ୟ-ବିବାହ-ମୁକ୍ତ ଭାରତ ନିର୍ମାଣ ନିମନ୍ତେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଅନ୍ନପୂର୍ଣ୍ଣା ଦେବୀଙ୍କ ଦ୍ୱାରା କରାଯାଇଥିବା ‘ବାଲ୍ ବିବାହ ମୁକ୍ତ ଭାରତ’ ଘୋଷଣାର ପରିବ୍ୟାପ୍ତ ଦୂରଦୃଷ୍ଟି ମୁତାବକ ହୋଇଛି ।
ସଚେତନତା, ସମ୍ବେଦୀକରଣ ଏବଂ ଗୋଷ୍ଠୀଗୁଡିକର ସକ୍ରିୟ ନିୟୋଜନତା ଜରିଆରେ ଏଚ୍ବିଟି ଶିଶୁମାନଙ୍କର ଅଧିକାରର ସୁରକ୍ଷା ବଜାୟ ରଖିବା ଏବଂ ଏକ ନିରାପଦ ଓ ଅଧିକ ସମାନତା ଭିତ୍ତିକ ସମାଜ ଗଠନ ନିମନ୍ତେ ନିଜର ନିରନ୍ତର ପ୍ରୟାସ ଜାରି ରଖିଛି ।
Powered by Froala Editor