ଝାଡ଼ଖଣ୍ଡରେ ପୁଣି ସୋରେନ ସରକାର, ଶପଥ ନେଲେ ହେମନ୍ତ
ଝାଡ଼ଖଣ୍ଡକୁ ମିଳିଛି ନୂଆ ସରକାର। ରାଜ୍ୟପାଳ ସାନ୍ତୋଷ ଗଂଗୱାର ଝାଡଖଣ୍ଡର ୧୪ଶ ମୁଖ୍ୟମନ୍ତ୍ରୀ ଭାବରେ ହେମନ୍ତ ସୋରେନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ରାଞ୍ଚିର ମୋରହାବାଦୀ ଗ୍ରାଉଣ୍ଡରେ ଆୟୋଜିତ ଏକ ବିଶାଳ କାର୍ଯ୍ୟକ୍ରମରେ ହେମନ୍ତ ସୋରେନ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ନିଜ ଚତୁର୍ଥ ଇନିଂସ୍ ଆରମ୍ଭ କରିଛନ୍ତି।
ରାଞ୍ଚିରେ ଆୟୋଜିତ ଉତ୍ସବରେ ମେଣ୍ଟର ଅଧିକାଂଶ ସଦସ୍ଯ ଦଳର ନେତା ସାମିଲ ହୋଇଥିଲେ। ଉତ୍ସବରେ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ, ବିରୋଧୀ ଦଳ ନେତା ରାହୁଲ ଗାନ୍ଧି, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଆପ୍ ମୁଖ୍ୟ ଅରବିନ୍ଦ କେଜରିୱାଲ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ବିହାରର ବିରୋଧୀ ଦଳ ନେତା ତେଜସ୍ବୀ ଯାଦବ, ପ୍ରମୁଖ ସାମିଲ ହୋଇଥିଲେ।
ମୁଖ୍ୟମନ୍ତ୍ରୀଙ୍କ ସମେତ ୬ରୁ ୮ ଜଣ କ୍ୟାବିନେଟ ମନ୍ତ୍ରୀ ମଧ୍ୟ ଶପଥ ନେବାର କାର୍ଯ୍ୟକ୍ରମ ଥିଲା, କିନ୍ତୁ ତାହା ହୋଇ ନଥିଲା। କୌଣସି ମନ୍ତ୍ରୀ ହେମନ୍ତଙ୍କ ସହିତ ଶପଥ ନେଇ ନାହାନ୍ତି। ହେମନ୍ତଙ୍କ ଶପଥ ଗ୍ରହଣ ଉତ୍ସବରେ ତାଙ୍କ ପିତା ତଥା ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ମୁଖ୍ୟ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବୁ ସୋରେନ୍ ମଧ୍ୟ ଉପସ୍ଥିତ ଥିଲେ। ହେମନ୍ତ ସରକାର ଗଠନ ଅବସରରେ ଇଣ୍ଡିଆ ମେଣ୍ଟର ନେତାମାନେ ପହଞ୍ଚି ଶକ୍ତି ପ୍ରଦର୍ଶନ କରିଥିଲେ।
Powered by Froala Editor