କୁନୋ ପାର୍କରୁ ଆସିଲା ଦୁଃଖଦ ଖବର, ଚିତା ନିର୍ବାର ୨ ଶାବକ ମୃତ
ଚିତା ବାଘ ଅଭୟାରଣ୍ୟ କୁନୋ ନ୍ୟାସନାଲ ପାର୍କରେ ୨ ଚିତା ଶାବକଙ୍କ ମୃତ୍ଯୁ ହୋଇଥିବା ଜଣାପଡ଼ିଛି। ଆଫ୍ରିକା ନାମ୍ବିଆରୁ ଆସିଥିବା ଚିତା ନିର୍ବା ର ଦୁଇ ଶାବକଙ୍କ ମୃତ୍ଯୁ ଘଟିଛି। ଉଭୟ ମୃତଦେହ କ୍ଷତବିକ୍ଷତ ଅବସ୍ଥାରେ ମିଳିଥିଲା। ଚିତା ନିର୍ବା ନିଜ ଗୁମ୍ଫାଠାରୁ ବହୁତ ଦୂରରେ ବୋଲି ବନ ବିଭାଗ ସୂଚନା ପାଇଥିଲା। ଯେତେବେଳେ ବନ ବିଭାଗ ଟିମ୍ ଏହା ଜାଣିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଥିଲେ, ଭିତରୁ ଦୁଇଟି ଛୁଆର ମୃତଦେହ ମିଳିଥିଲା।
ଗତ ସୋମବାର ଦିନ ନିର୍ବା ଦୁଇ ଶାବକଙ୍କୁ ଜନ୍ମ ଦେଇଥିଲା। ନିର୍ବା ର ଆଉ କିଛି ଶାବକ ଅଛନ୍ତି ନା ନାହିଁ ଏ ନେଇ ମଧ୍ୟ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ପାଖରେ କୌଣସି ସୂଚନା ନାହିଁ। ଏକ ପ୍ରେସ ନୋଟ ଜାରି କରି ଏହି ସୂଚନା ଦିଆଯାଇଛି। ନୋଟରେ ଲେଖାଅଛି, ନଭେମ୍ବର ୨୭ରେ, ରାତି ପ୍ରାୟ ୧୧.୦୦ରେ, ରେଡିଓ ଟେଲିମେଟ୍ରି ସୂଚନାକୁ ଆଧାର କରି ଜାଣିବାକୁ ମିଳିଥିଲା ଯେ ଚିତା ନିର୍ବା ତା ଗୁମ୍ଫାରୁ ଦୂରରେ ଅଛି। ଏହା ପରେ ବନ୍ୟଜନ୍ତୁଙ୍କ ନେତୃତ୍ୱରେ ମନିଟରିଂ ଦଳ ଦ୍ୱାରା ଗୁମ୍ଫା ସାଇଟ ଯାଞ୍ଚ କରାଯାଇଥିଲା। ସେଠାରୁ ଦୁଇଟି ନବଜାତ ଶିଶୁର ମୃତଦେହ ମିଳିଥିଲା।
ପୂର୍ବରୁ ଚିତା ବାଘ ନିର୍ବା ୪ ଶାବକଙ୍କୁ ଜନ୍ମ ଦେବା କୁହାଯାଉଥିବା ବେଳେ ଆଉ ଶାବକଙ୍କ ପତ୍ତା ମିଳୁନାହିଁ । ଏଣୁ ନିର୍ବା ମାତ୍ର ୨ ଶାବକଙ୍କୁ ଜନ୍ମ ଦେଇଥିବା ସ୍ପଷ୍ଟ ହେଉଛି। ୨ ଶାବକଙ୍କ ମୃତ୍ଯୁ ପରେ ଚିତାବାଘଙ୍କ ବଂଶ ବିସ୍ତାର ନେଇ ଭାରତରେ ପୁଣି ଆରମ୍ଭ ହୋଇଥିବା ପ୍ରକଳ୍ପକୁ ଝଟକା ଲାଗିଛି। ୨୦୨୨ରେ ପ୍ରକଳ୍ପ ଆରମ୍ଭରୁ ବର୍ତ୍ତମାନ ସୁଦ୍ଧା ୧୧ ଚିତା ଶାବକଙ୍କ ମୃତ୍ଯୁ ଘଟିଲାଣି।
ବର୍ତ୍ତମାନ କୁନୋ ନାସନାଲ ପାର୍କରେ ମୋଟ ୨୪ଟି ଚିତାବାଘ ଅଛନ୍ତି। ସେମାନଙ୍କ ମଧ୍ୟରେ ୧୨ଟି ଶାବକ ରହିଛନ୍ତି। ଚିତା ଗାମିନୀର ମୋଟ ୫ ଶାବକ ସୁସ୍ଥ ରହିଛନ୍ତି।
Powered by Froala Editor