ଲିଭ୍ ଇନ୍ ପାର୍ଟନରକୁ ୫୦ ଖଣ୍ଡ କରିଦେଲା ଯୁବକ
ଝାଡ଼ଖଣ୍ଡର ଖୁଣ୍ଟି ଜିଲ୍ଲାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ଯୁବକ ତାଙ୍କ ପ୍ରେମିକାଙ୍କୁ ହତ୍ୟା କରି ୫୦ ଖଣ୍ଡ କରିଥିବା ଅଭିଯୋଗ ହୋଇଛି। ପ୍ରେମିକ ଜଣକ ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିବା ନେଇ ଦୁହିଁଙ୍କ ମଧ୍ୟରେ ଝଗଡ଼ା ଉପୁଜିବା ପରେ ରାଗରେ ଯୁବକ ଜଣକ ତାଙ୍କ ପ୍ରେମିକାଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ହତ୍ୟାକାରୀ ନରେଶ ଭେଙ୍ଗରାକୁ ଗିରଫ କରାଯାଇଛି ।
ହତ୍ୟାକାଣ୍ଡର ୧୫ ଦିନ ପରେ ଏହି ଘଟଣା ସାମନାକୁ ଆଶିଛି । ଜରିଆଗଢ ଥାନା ଅଞ୍ଚଳ ଜୋରଦାଗ ଗାଁ ନିକଟରେ ବୁଲା କୁକୁରକୁ ମାନବ ଅଙ୍ଗ ସହ ଦେଖାଯିବା ପରେ ଘଟଣା ଲୋକଲୋଚନକୁ ଆସିଥିଲା । ନରେଶ ଗଛ କିଛି ବର୍ଷ ଧରି ସେହି ଅଞ୍ଚଳର ଜଣେ ମହିଳାଙ୍କ ସହ ତାମିଲନାଡୁରେ ଲିଭ ଇନ୍ରେ ରହୁଥିଲା । କିଛି ଦିନ ପୂର୍ବରୁ ସେ ଝାଡଖଣ୍ଡ ଫେରି ଅନ୍ୟ ଜଣେ ମହିଳାଙ୍କୁ ବିବାହ କରିଥିଲା। ବିବାହ ପରେ ସେ ପୁଣି ତାମିଲନାଡୁ ଫେରି ଯାଇଥିଲା। ବିବାହ କରିବା ପରେ ସେ ମହିଳାକୁ ନିଜ ଘରକୁ ନେବାକୁ ଚାହୁଁ ନଥିଲା ।
ମହିଳା ବାଧ୍ୟ କରିବାରୁ ନରେଶ ଗତ ନଭେମ୍ବର ୮ରେ ତାକୁ ସାଙ୍ଗରେ ନେଇ ନିଜ ଗାଁ ଅଭିମୁଖେ ବାହାରିଥିଲା । ଏହାପରେ ସେମାନେ ଟ୍ରେନରେ ଆସି ରାଞ୍ଚିରେ ପହଞ୍ଚିଥିଲେ । ଜରିଆଗଢ ଥାନା ଅନ୍ତର୍ଗତ ଜୋରଦାଗ ଗାଁ ନିକଟ ଏକ ଜଙ୍ଗଲରେ ନରେଶ ପ୍ରଥମେ ମହିଳାକୁ ଦୁଷ୍କର୍ମ କରିଥିଲା । ଏହାପରେ ଓଢଣୀରେ ତଣ୍ଟି ଚିପି ହତ୍ୟା କରିଥିଲା । ହତ୍ୟା ପରେ ସେ ଯୁବତୀକୁ ଧାରୁଆ ଅସ୍ତ୍ରରେ ହାଣି ୪୦ରୁ ୫୦ ଖଣ୍ଡ କରିଦେଇଥିଲା ।
Powered by Froala Editor