ଭୁବନେଶ୍ୱର ଏମ୍ସକୁ ଆସିଲା ଇକମୋ ମେସିନ୍
ଭୁବନେଶ୍ୱର: ଓଡିଶାକୁ ପ୍ରଥମ ଇକମୋ ମେସିନ୍ ଆସିଛି। ଆଉ ଗୁରୁତର ରୋଗୀଙ୍କୁ ଏୟାରଲିଫ୍ଟ ଯୋଗେ ବାହାରକୁ ଚିକିତ୍ସା ପାଇଁ ନେବାକୁ ପଡିବ ନାହିଁ। ଭୁବନେଶ୍ୱର ଏମ୍ସରେ ପ୍ରଥମ ଇକମୋ ମେସିନ୍ ସ୍ଥାପନ ହେବ। ଏହାକୁ କାର୍ୟ୍ୟକ୍ଷମ କରିବା ସହ ଅପରେଟ୍ କରିବା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମକୁ ପ୍ରଶିକ୍ଷଣ ଦିଆଯାଉଛି।
ଏହି ଡାକ୍ତରୀ ଟିମରେ ଡାକ୍ତର ରୁଦ୍ର ପ୍ରତାପ ମହାପାତ୍ର ଓ ଡାକ୍ତର ସିଦ୍ଧାର୍ଥ ସଥିଆ (ହୃଦରୋଗ ବିଭାଗ), ଡାକ୍ତର କ୍ରିଷ୍ଣା (ଶିଶୁ ରୋଗ) ଓ ଆନେସ୍ଥେସିଓଲୋଜି ବିଭାଗ ମୁଖ୍ୟ ଡାକ୍ତର ସତ୍ୟଜିତ ମିଶ୍ର ଅଛନ୍ତି। ବର୍ତ୍ତମାନ ସୁଦ୍ଧା ନର୍ସିଂ କର୍ମଚାରୀଙ୍କୁ ତାଲିମ ଦିଆଯାଇ ନଥିବାରୁ ମେସିନ୍ ଚଳାଇବା ନେଇ ଆବଶ୍ୟକ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଇକମୋ ଚିକିତ୍ସାରେ ଥିବା ଜଣେ ରୋଗୀଙ୍କ ଉପରେ ୨୪ ଘଣ୍ଟା ନଜର ରଖିବାକୁ ପଡିଥାଏ। ସେଥିପାଇଁ ନର୍ସଙ୍କ ଆବଶ୍ୟକତା ରହିଛି। ତେବେ ଆସନ୍ତା ତିନି ମାସରେ ଇଟେଣ୍ଡରରେ ଆଉ ଏକ ଇକମୋ ମେସିନ ମଧ୍ୟ ଆସିବ ବୋଲି ଲକ୍ଷ୍ୟ ରଖାଯାଇଛି।
Powered by Froala Editor