ଆରମ୍ଭରୁ ଅଚଳ ହେଲା ଗୃହକାର୍ଯ୍ୟ, ଗୁରୁବାର ଯାଏ ଉଭୟ ଲୋକସଭା ଓ ରାଜ୍ୟସଭା ମୁଲବତୀ
ନୂଆଦିଲ୍ଲୀ: ତୃତୀୟ ଦିନରେ ବି ଚାଲି ପାରିଲାନି ସଂସଦର ଶୀତ ଅଧିବେଶନ । ଆରମ୍ଭରୁ ଅଚଳ ହେଲା ଗୃହକାର୍ଯ୍ୟ । ଆଦାନୀ ଝଡରେ ବିରୋଧୀଙ୍କ ପ୍ରବଳ ହଙ୍ଗାମା ହୋ ହାଲ୍ଲାରେ କମ୍ପିଲା ଗୃହ । ଗୁରୁବାର ଯାଏ ଉଭୟ ଲୋକସଭା ଓ ରାଜ୍ୟସଭାକୁ ମୁଲବତୀ ଘୋଷଣା ହୋଇଛି । ଲୋକସଭାକୁ ବାଚସ୍ପତି ଓମବିର୍ଲା ମୁଲତବୀ ଘୋଷଣା କରିଥିଲେ ।
ତୃତୀୟ ଦିନରେ ସଂସଦର ଶୀତ ଅଧିବେଶନ ଆରମ୍ଭ ହୋଇଥିଲା । ଉଭୟ ଗୃରେ ଆଦାନୀ ପ୍ରସଙ୍ଗ ଉଠିଥିଲା । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ହୋଇଥିଲା । ଆଦାନୀ ଲାଞ୍ଚ ଘଟଣାରେ ଆଲୋଚନା ନେଇ କଂଗ୍ରେସ ଦାବି କରିଥିଲା । କଂଗ୍ରେସ ସାଂସଦ ରଣଦୀପ ସିଂହ ସୁରଜୱାଲା ଏବଂ ମନୀଷ ତିୱାରୀ ମୁଲତବୀ ପ୍ରସ୍ତାବ ଦେଇଥିଲେ । ଲୋକସଭାରେ ଆଦାନୀ ମାମଲାରେ ଆଲୋଚନା ନେଇ ଦାବି କରିଥିଲେ ବିରୋଧୀ । ଫଳରେ ଆରମ୍ଭରୁ ଅଚଳ ହୋଇଥିଲା ଗୃହ । ବାଧ୍ୟ ହୋଇ ପ୍ରଥମେ ଅପରାହ୍ନ ୧୨ଟା ଯାଏ ଲୋକସଭାକୁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି । ଏହାପରେ ବି ଗୃହକାର୍ୟ୍ୟ ଚାଲି ପାରିନଥିଲା । ବାଧ୍ୟ ହୋଇ ଗୁରୁବାର ଯାଏ ଲୋକସଭାକୁ ମୁଲବତୀ ଘୋଷଣା କରିଛନ୍ତି ବାଚସ୍ପତି ଓମବିର୍ଲା ।
ଆଦାନୀ ଗ୍ରୁପ ଉପରେ ହୋଇଥିବା ଅଭିଯୋଗକୁ ନେଇ ଲୋକସଭା ବିରୋଧୀ ଦଳ ନେତା ତଥା ସାଂସଦ ରାହୁଲ ଗାନ୍ଧୀ କହିଛନ୍ତି, ତୁମେ ଭାବୁଛ ଆଦାନୀ ଉପରେ ଲାଗିଥିବା ଅଭିଯୋଗ ସେ ସ୍ବୀକାର କରିବେ । ଏହା ସ୍ବାଭାବିକ ସେ ଅଭିଯୋଗକୁ ଖଣ୍ଡନ କରିବେ । ତାଙ୍କୁ ଗିରଫ କରାଯାଉ । ସେହି ଭଦ୍ର ବ୍ୟକ୍ତି ଜଣଙ୍କ କୋଟି କୋଟି ଟଙ୍କା ଲାଞ୍ଚ ନେଇଛନ୍ତି । ତାଙ୍କୁ ତୁରନ୍ତ ଗିରଫ କରାଯାଉ । ସରକାର ତାଙ୍କୁ ସୁରକ୍ଷା ଦେଉଛି ।
Powered by Froala Editor