ଗନ୍ଧମାର୍ଦ୍ଧନ ପ୍ରସଙ୍ଗ: ବିବୃତ୍ତି ରଖିଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଗନ୍ଧମାର୍ଦ୍ଧନ ପ୍ରସଙ୍ଗକୁ ନେଇ ରାଜ୍ୟ ରାଜନୀତିରେ ଝଡ଼ ସୃଷ୍ଟି ହୋଇଥିବାବେଳେ ବୁଧବାର ବିଧାନସଭାରେ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ବିବୃତ୍ତି ରଖିଛନ୍ତି ।
ସେ କହିଛନ୍ତି ଯେ ଆଦାନୀ କିଣିଥିବା ଜମି ପାଇଁ ପୂର୍ବ ବିଜେଡି ସରକାର ଅନୁମତି ଦେଇଥିଲେ । ତେବେ ବର୍ତ୍ତମାନର ସରକାର ଗନ୍ଧମାର୍ଦ୍ଧନରେ ଖଣି ଉତ୍ତୋଳନ ପାଇଁ ଅନୁମତି ଦେବେ ନାହିଁ । ସେମିତି କିଛି ହେଲେ ମୁଁ ଆପଣଙ୍କ ସହିତ ଆନେ୍ଦାଳନକୁ ଓହ୍ଲାଇବି । ଆଦାନୀକୁ କେବେ ହେଲେ କାରଖାନା କରିବାକୁ ଦେବୁନି ବୋଲି ଶ୍ରୀ ସିଂହଦେଓ କହିଛନ୍ତି ।
ଆଜି ଶୂନ୍ୟକାଳରେ ବିଜୁ ଜନତା ଦଳ ଆଦାନୀ ଜମି କିଣା ପ୍ରସଙ୍ଗ ଉଠାଇଥିଲା । ରାଜ୍ୟ ସରକାର ଏନେଇ ଅନୁମତି ଦେଇଛନ୍ତି କି ବୋଲି ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ ପ୍ରଶ୍ନ କରିଥିଲେ । ଆଉ ଏହାର ଉତ୍ତର ରଖି ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଉପୋରକ୍ତ ବିବୃତ୍ତି ରଖିଛନ୍ତି ।
Powered by Froala Editor