ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ଉପରକୁ ଫୁଲ ସହ ମୋବାଇଲ ମାଡ଼
ବାଗେଶ୍ୱର ଧାମ ପୀଠ ମୁଖ୍ୟ ତଥା ପ୍ରବଚକ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଉପରକୁ ମୋବାଇଲ ମାଡ଼ ହୋଇଛି । ଉତ୍ତର ପ୍ରଦେଶରେ ଆୟୋଜିତ ହିନ୍ଦୁ ଏକତା ଯାତ୍ରାରେ ଏ ଘଟଣା ଘଟିଛି ।
ବାଗେଶ୍ୱର ଧାମର ପୀଠାଧିଶ୍ୱର ଧୀରେନ୍ଦ୍ର ଶାସ୍ତ୍ରୀ ଏବେ ହିନ୍ଦୁ ଏକତା ଯାତ୍ରା କରୁଛନ୍ତି। ୬ଦିନ ପୂର୍ବରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ଏବେ ଉତ୍ତରପ୍ରଦେଶର ଝାନ୍ସିରେ ପହଞ୍ଚିଛି। ଏହି ଯାତ୍ରା ସମୟରେ କିଛି ଲୋକ ବାବାଙ୍କ ଉପରେ ମୋବାଇଲ୍ ଫୋନ୍ ଫିଙ୍ଗିଥିବା ସାମ୍ନାକୁ ଆସିଛି। ଫୁଲ ସହ ମୋବାଇଲ ଫିଙ୍ଗାଯାଇଥିବା ବେଳେ ମୋବାଇଲଟି ଆସି ବାବାଙ୍କ ଗାଲରେ ବାଜିଥିଲା। ଏହି ଘଟଣା ପରେ ଧିରେନ୍ଦ୍ର ଶାସ୍ତ୍ରୀ କହିଛନ୍ତି ଯେ, କେହି ଜଣେ ଆମ ଉପରକୁ ମୋବାଇଲ୍ ଫିଙ୍ଗି ଦେଇଛନ୍ତି। ଆମକୁ ମୋବାଇଲ ମିଳିଯାଇଛି।
ସମ୍ପୂର୍ଣ୍ଣ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି । ଘଟଣାାକୁ ନେଇ ଧିରେନ୍ଦ୍ର ଶାସ୍ତ୍ରୀ କହିଛନ୍ତି, କେହିଜଣେ ମୋବାଇଲ ସହ ଫୁଲ ତାଙ୍କ ଉପରକୁ ପିଙ୍ଗିଛନ୍ତି । ତାଙ୍କ ହିନ୍ଦୁ ଏକତା ଯାତ୍ରାକୁ ବହୁ ଲୋକଙ୍କ ସମର୍ଥନ ମିଳୁଛି । ଏହି ଯାତ୍ରା ୨୯ ନଭେମ୍ବର ପର୍ଯ୍ୟନ୍ତ ଚାଲିବ ।
କୁହାଯାଉଛି ଯେ, ଏହି ଘଟଣା ଘଟିବା ସମୟରେ ବାବା ତାଙ୍କ ଭକ୍ତମାନଙ୍କ ସହିତ ପଦଯାତ୍ରା କରୁଥିଲେ। ସେ ମାଇକ୍ରୋଫୋନ୍ ମାଧ୍ୟମରେ ତାଙ୍କ ସହ ଥିବା ଭକ୍ତ ଏବଂ ସମର୍ଥକମାନଙ୍କୁ ସମ୍ବୋଧିତ କରୁଥିଲେ। ଏହି ସମୟରେ କେହି ଜଣେ ଫୁଲ ସହିତ ମୋବାଇଲ୍ ଫୋନ ଫିଙ୍ଗି ଦେବାରୁ ବାବାଙ୍କ ଗାଲରେ ଆସି ମୋବାଇଲ ମାଡ଼ ହୋଇଥିଲା। ତେବେ କେହି ଜାଣିଶୁଣି ଏଭଳି କରିଥିଲା ନା ଭୁଲବଶତଃ ଏଭଳି ଘଟିଥିଲା, ତାହା ଜଣାପଡ଼ିନାହିଁ।
Powered by Froala Editor