ଆସୁଛି ଆଉ ଏକ ବାତ୍ୟା, ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା
ଭୁବନେଶ୍ବର: ପୁଣି ଆସୁଛି ଆଉ ଏକ ବାତ୍ୟା । ବଙ୍ଗୋପସାଗରରେ ୨୭ ତାରିଖରେ ସୃଷ୍ଟି ହେବ ବାତ୍ୟା । ତାମିଲନାଡୁ ନିକଟ ବଙ୍ଗୋପସାଗରରେ ବାତ୍ୟା ଆକଳନ କରାଯାଇଛି। ଏହାର ପ୍ରଭାବରେ ଓଡିଶା ଉପକୂଳ ଓ ଦକ୍ଷିଣର କିଛି ଜିଲାରେ ବର୍ଷା ସମ୍ଭାବନା ରହିଛି। ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ଶୀତ କମିବା ନେଇ ମଧ୍ୟ ଆକଳନ କରାଯାଇଛି। ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ପୁରୀ, କଟକ, ଖୋର୍ଦ୍ଧା, ଗଞ୍ଜାମ, ଗଜପତି, ମାଲକାନଗିରିରେ ମଧ୍ୟ ବର୍ଷା ସମ୍ଭାବନା ରହିଛି । ଏହାସହ କୋରାପୁଟ, ରାୟଗଡାର କିଛି କିଛି ସ୍ଥାନରେ ବର୍ଷା ଆକଳନ କରାଯାଇଛି।
ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ, ପୂର୍ବ-ଉତ୍ତର ଓ ବଙ୍ଗୋପସାଗରର ଦକ୍ଷିଣରେ ଥିବା ରାଜ୍ୟ ଗୁଡିକରେ ବାଦଲ ଖେଳି ହୋଇ ରହିବା ସହ ବର୍ଷାର ସମ୍ଭାବନା ରହିଛି । ବଙ୍ଗୋପସାଗରରେ ସାମୁଦ୍ରିକ ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଜାରି ରହିଛି । କିଛି ରାଜ୍ୟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରାଯାଇଛି । ଆଇଏମଡି ସୂଚନା ଅନୁଯାୟୀ ବଙ୍ଗୋପସାଗରରେ ବାତ୍ୟା ‘ଫେଙ୍ଗାଲ’ର ପ୍ରଭାବ ଆରମ୍ଭ ହେଲାଣି । ବାତ୍ୟା ‘ଫେଙ୍ଗାଲ୍’ ପ୍ରଭାବରେ ଓଡିଶା, ତାମିଲନାଡୁ, ପଣ୍ଡିଚେରୀରେ ୨୬ ରୁ ୨୮ ନଭେମ୍ବର ପର୍ଯ୍ୟନ୍ତ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ସେହିପରି ଆନ୍ଧ୍ରପ୍ରଦେଶରେ ମଧ୍ୟ ୨୬ ରୁ ୨୯ ନଭେମ୍ବର ମଧ୍ୟରେ ବର୍ଷା ହେବାର ସମ୍ଭାବନା ରହିଛି ।
Powered by Froala Editor