ପୋଡି ପାଉଁଶ ହୋଇଗଲା ୫ବଖରା ଘର

ଧାମରା :ଧାମରାରେ ନିଆଁ ଲାଗି ୫ ବଖରା ଘର ମଙ୍ଗଳବାର ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ଧାମରା ପଂଚାୟତ ଅଜୟ ସାହୁଙ୍କ ଘରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଗ୍ରାମବାସୀ ଧାମରାଠାରେ ଥିବା ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଂଚି ଥିଲେ ମଧ୍ୟ ପାଣି ଟାଙ୍କିରେ ପାଣି ନଥିବାରୁ ନିଆଁ ସମ୍ପୂର୍ଣ୍ଣ ଭାବେ ଆୟତ୍ତ ହୋଇପାରିନଥିଲା ବୋଲି ଅଭିଯୋଗ ହୋଇଛି ।ପରେ ଧାମରା ବନ୍ଦରରୁ ଆଉ ଏକ ଅଗ୍ନିଶମ ବାହିନୀ ର ଗାଡି ଆସି ପହଂଚି ଥିଲେ ମଧ୍ୟ ସେତେବେଳକୁ ଅଜୟ ସାହୁଙ୍କ ୫ବଖରା ଘର ପୋଡି ପାଉଁଶ ହୋଇଯାଇଥିଲା। ତୁରନ୍ତ ସରକାରୀ ସହାୟତା ଦେବାକୁ ଅଂଚଳବାସୀ ଦାବୀ ଜଣାଇଛନ୍ତି।
Powered by Froala Editor