ସୋନପୁର ବେଳାଭୂମିରେ ଲାଗିଲା ଆହତ ସାର୍କ, ଲାଗିଛି ଆଘାତ ଚିହ୍ନ
ସୋମବାର ଗଞ୍ଜାମ ଜିଲ୍ଲାର ସୋନାପୁର ବେଳାଭୂମିରେ ଏକ ବିରାଟକାୟ ସାର୍କ ଦେଖିବାକୁ ମିଳିଥିଲା। ଏହାକୁ ଦେଖିବା ପାଇଁ ବହୁ ସଂଖ୍ୟାରେ ଲୋକ ଜମା ହୋଇଥିଲେ। ସାର୍କ ଆହତ ଅବସ୍ଥାରେ ସମୁଦ୍ର ବେଳାଭୂମିରେ ଲାଗିଛ । ସାର୍କକୁ ଉଦ୍ଧାର ପାଇଁ ବନ ବିଭାଗ ଟିମ୍ର ଉଦ୍ୟମ କରୁଛନ୍ତି।
ସୂଚନାନୁସାରେ, ପ୍ରାୟ ୧୦ ଫୁଟ ଲମ୍ବର ଏହି ବିଶାଳ ସାର୍କ ସୋମବାର ସକାଳେ ସମୁଦ୍ର କୂଳରେ ଦେଖିବାକୁ ମିଳିଥିଲା। ଏହାର ଶରୀରରେ କେତେକ ଆଘାତ ଚିହ୍ନ ରହିଥିଲା। ବନ ବିଭାଗ କର୍ମଚାରୀଙ୍କ ସହ ସ୍ଥାନୀୟ ମତ୍ସ୍ୟଜୀବୀମାନେ ଏହାର ଯତ୍ନ ନେଉଛନ୍ତି । କେଉଁ ଭଳି ଭାବେ ଆହତ ସାର୍କର ଚିକିତ୍ସା କରିହେବ ସେ ନେଇ ବନ ବିଭାଗ ପ୍ରୟାସ ଜାରି ରଖିଛି ।
ସାଧାରଣତଃ ସାର୍କ ସମୁଦ୍ର ଭିତରେ ବହୁତ ଗଭୀରରେ ଦେଖାଯାଇଥାଏ। ତେବେ କେଉଁ ପରିସ୍ଥିତିରେ ଏହା ସମୁଦ୍ର କୂଳରେ ପହଞ୍ଚିଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ।
Powered by Froala Editor