ଧନୁଯାତ୍ରା ମଞ୍ଚରେ ଏଥର ନୂଆ କଂସ
ଏଥର ନୂଆ କଂସ ଦେଖିବ ବରଗଡ଼ । ୨୦୨୨ ମସିହାରୁ ଧନୁଯାତ୍ରାର କଂସ ଭୂମିକାରେ ଅଭିନୟ କରି ଆସୁଥିବା ହୃଷିକେଶ ଭୋଇଙ୍କୁ ହଟାଇ ଦିଆଯାଇଛି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏନେଇ ବଡ଼ ନିଷ୍ପତ୍ତି ନିଆଯାଇଛି । ଖୁବଶୀଘ୍ର ନୂଆ କଂସ ପାଇଁ ଚୟନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ଜିଲ୍ଲାପାଳ କହିଛନ୍ତି ।
ବରଗଡ଼ ଧନୁଯାତ୍ରାରେ ଦୁର୍ଦ୍ଦାନ୍ତ କଂସ ମହାରାଜ ଭୂମିକା ପାଇଁ ସାକ୍ଷାତକାର ଅନୁଷ୍ଠିତ ହେବ । ୨୦୨୨ରେ ହୋଇଥିବା କଂସ ଚୟନ ତାଲିକାରେ ଥିବା ଦ୍ବିତୀୟରୁ ପଞ୍ଚମ ସ୍ଥାନରେ ଥିବା ୪ ଜଣ କଳାକାରଙ୍କ ମଧ୍ଯରୁ ଜଣଙ୍କୁ ମନୋନୀତ କରାଯିବ । ସେମାନେ ହେଲେ ଆର୍ତ୍ତତ୍ରାଣ ସୁନାନୀ, ଜଗଦାନନ୍ଦ ମିଶ୍ର, ଭୁବନେଶ୍ୱର ପ୍ରଧାନ ଓ ସୁଶୀଲ କୁମାର ମେହେର । ଏନେଇ ଧନୁଯାତ୍ରା ମହୋତ୍ସବ ସମିତି ବୈଠକରେ ବିଧିବଦ୍ଧ ନିଷ୍ପତ୍ତି ନିଆଯାଇଛି।
ସୂଚନାଯୋଗ୍ୟ ଯେ, ୨୦୨୨ରୁ ବରଗଡ଼ ଧନୁଯାତ୍ରାର କଂସ ଭୂମିକା ତୁଲାଇ ଆସୁଥିବା ହୃଷିକେଶ ମହାପ୍ରୟାଣ ଗାଡ଼ି ଚଳାଉଥିବା ସମୟରେ ଲାଞ୍ଚ ନେଇ ଧରାପଡ଼ିଥିଲେ । ମହାପ୍ରୟାଣ ଗାଡ଼ିରେ ଗାଇସିଲଟକୁ ମୃତଦେହ ନେବା ପାଇଁ ମୃତକଙ୍କ ଠାରୁ ହୃଷିକେଶ ୩ ହଜାର ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା ।
Powered by Froala Editor