ଡେଣ୍ଟାଲ ସର୍ଜନ ନିଯୁକ୍ତିରେ ଅନିୟମିତତା ମାମଲାରେ ସାମନାକୁ ଆସିଲା ବଡ଼ ଖବର, ଜାଣନ୍ତୁ କ’ଣ?

ଭୁବନେଶ୍ୱର:ଡେଣ୍ଟାଲ ସର୍ଜନ ନିଯୁକ୍ତିରେ ଅନିୟମିତତା ମାମଲାରେ ଏକ ବଡ଼ ଖବର ସାମନାକୁ ଆସିଛି । ଓପିଏସସି ସଚିବ ସୋମବାର ଏହି ମାମଲାରେ ବ୍ୟକ୍ତିଗତଭାବେ ହାଇକୋର୍ଟରେ ହାଜର ହୋଇଛନ୍ତି । କେବଳ ବ୍ୟକ୍ତିଗତଭାବେ ହାଜର ହୋଇନାହାନ୍ତି ସଂଶୋଧିତ ମେଧା ତାଲିକା ମଧ୍ୟ ମାନ୍ୟବର ହାଇକୋର୍ଟଙ୍କୁ ଦେଇଛନ୍ତି । ତେବେ ଆସନ୍ତାକାଲି ସୁଦ୍ଧା ଓପିଏସସି ସାଇଟରେ ଉକ୍ତ ତାଲିକା ପ୍ରଦର୍ଶନ ପାଇଁ ମାନ୍ୟବର ହାଇକୋର୍ଟ ନିଦେ୍ର୍ଧଶ ଦେଇଛନ୍ତି । ଏଥିସହ ପୂର୍ବ ତାଲିକାରେ କାହାକୁ ନିଯୁକ୍ତି ଦିଆଯାଇଛି ସେନେଇ ହାଇକୋର୍ଟ ତଥ୍ୟ ମଧ୍ୟ ଲୋଡ଼ିଛନ୍ତି । ନିଯୁକ୍ତି ସମ୍ପର୍କିତ ତଥ୍ୟ ଦାଖଲ କରିବାକୁ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ନିଦେ୍ର୍ଧଶ ଦେଇଛନ୍ତି । ଆସନ୍ତା ଗୁରୁବାର ଏନେଇ ପରବର୍ତ୍ତୀ ଶୁଣାଣି କରିବାକୁ ହାଇକୋର୍ଟ ଦିନ ଧାର୍ଯ୍ୟ କରିଛନ୍ତି ।
Powered by Froala Editor