ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲା: କ୍ରାଇମବ୍ରାଞ୍ଚ ଟିମର ତଦନ୍ତ ଆରମ୍ଭ
ଯାଜପୁର : ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ମାମଲାରେ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ ଆରମ୍ଭ କରିଛି। ଧର୍ମଶାଳା ବିଧାୟକଙ୍କୁ କାହିଁକି ଆକ୍ରମଣ କରାଗଲା, କେଉଁ ପରିସ୍ଥିତିରେ ରାସ୍ତାରୋକ ସହ ଟାଉନ ଥାନା ଘେରାଉ କରାଯାଇଥିଲା, ଆଜି ଯାଜପୁରରେ ପହଞ୍ଚି କ୍ରାଇମବ୍ରାଞ୍ଚ ଟିମ୍ ପୁରା ଘଟଣାର ତଦନ୍ତ ଆରମ୍ଭ କରିଛି। ରବିବାର ରାତିରୁ ୬ ଜଣିଆ ଟିମ୍ ଗ୍ରାଉଣ୍ଡକୁ ଓହ୍ଲାଇଛି। ତଦନ୍ତକାରୀ ଟିମ୍ ଯାଜପୁର ଟାଉନ୍ ଥାନା ଆଇଆଇସି ଙ୍କୁ ଭେଟିଥିଲେ। ଏବଂ ମାମଲା ନେଇ ଆଲୋଚନା ମଧ୍ୟ କରିଛନ୍ତି । ଆଜି ଏହି ଟିମ୍ ବିଧାୟକ ହିମାଂଶୁ ସାହୁଙ୍କ ଉପରେ ଆକ୍ରମଣ ସହ ରାସ୍ତାରୋକ ଏବଂ ଟାଉନ୍ ଥାନା ଘେରାଉ ସ୍ଥାନକୁ ଯାଇ ସରଜମିନ୍ ତଦନ୍ତ କରିବ। ତେବେ ତଦନ୍ତକାରୀ ଟିମ୍ ରେ କ୍ରାଇମବ୍ରାଞ୍ଚର ଦୁଇ ଜଣ ଡିଏସପି, ଜଣେ ଇନ୍ସପେକ୍ଟର ସାମିଲ ରହିଛନ୍ତି। ଏହି ଟିମ ବିଶେଷ କରି ୩ଟି ଏତଲା ଉପରେ ତଦନ୍ତ କରିବ। ଏହି ମାମଲାରେ ୧୬ଟି ମାମଲା ରୁଜ୍ଜୁ ହୋଇଛି।
ଗତ ୨୦ ତାରିଖ ସନ୍ଧ୍ୟାରେ ଧର୍ମଶାଳା ବିଧାୟକ ହିମାଂଶୁ ସାହୁଙ୍କୁ ଯାଜପୁର ସଦର ଥାନା ବୁଢ଼ାପୋଲ ନିକଟରେ ଆକ୍ରମଣ ହୋଇଥିଲା। ଏହା ରାଜ୍ୟରେ ଏକ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିବାବେଳେ ଏହି ଘଟଣାକୁ ନେଇ ରାଜ୍ୟ ରାଜନୀତି ମଧ୍ୟ ଦିନକୁ ଦିନ ଉଷ୍ମ ହେବାରେ ଲାଗିଛି। ହିମାଂଶୁଙ୍କୁ ପୂର୍ବତନ ବିଜେଡି ବିଧାୟକ ବବି ଦାସଙ୍କ ସମର୍ଥକ କରିଥିବା ଅଭିଯୋଗ ହୋଇଥିଲା। ତାଙ୍କୁ ମାରି ଉପନିର୍ବାଚନ କରିବା ଯୋଜନାରେ ଥିଲେ ବୋଲି ସାଂଘାତିକ ଅଭିଯୋଗ ଆଣିଛନ୍ତି ହିମାଂଶୁ। ଆକ୍ରମଣ ପରେ ପରେ ବବିଙ୍କ ଭାଇ ଲଲ ଦାସ ଫୋନ୍ କରିଥିଲେ ଓ ସମାଧାନ କରିବାକୁ କହିଥିଲେ ବୋଲି ମଧ୍ୟ ହିମାଂଶୁ ଅଭିଯୋଗ କରିଥିଲେ।
Powered by Froala Editor