ମହାରାଷ୍ଟ୍ରରେ ମହାୟୁତି ମେଣ୍ଟର ବଡ଼ ବିଜୟ, କିଏ ହେବେ ମୁଖ୍ୟମନ୍ତ୍ରୀ ?
ମହାରାଷ୍ଟ୍ର ବିଧାନସଭା ନିର୍ବାଚନର ଚଳିତଥର ଫଳାଫଳ ବିଜେପି ପାଇଁ ଆଶାଠାରୁ ଅଧିକ ହୋଇଛି। ଯଦି ଏହି ଧାରା ଫଳାଫଳକୁ ନିଶ୍ଚିତ କରେ, ତେବେ ଏହା ଏପର୍ଯ୍ୟନ୍ତ ବିଜେପିର ସବୁଠାରୁ ବଡ ବିଜୟ ବୋଲି ପ୍ରମାଣିତ ହୋଇପାରେ। ବିଜେପିର ଷ୍ଟ୍ରାଇକ୍ ରେଟ୍ ପ୍ରାୟ ୮୪ ପ୍ରତିଶତ, ରହିଛି ଯାହା ରାଜନୈତିକ ବିଶ୍ଳେଷକଙ୍କୁ ମଧ୍ୟ ଚକିତ କରିଛି।
ଏବେ ମେଣ୍ଟ ସରକାରରେ କିଏ ମୁଖ୍ୟମନ୍ତ୍ରୀ ହେବେ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଶିବସେନାର ମୁଖ୍ୟ ଏକନାଥ ସିନ୍ଦେ ଏବେ ମେଣ୍ଟ ସରକାରରେ ମୁଖ୍ୟମନ୍ତ୍ରୀ ରହିଛନ୍ତି। କିନ୍ତୁ ୨୦୨୪ ନିର୍ବାଚନ ପରେ ସେ ଆଉ ମୁଖ୍ୟମନ୍ତ୍ରୀ ପଦରେ ରହିବେ ନାହିଁ ବୋଲି ବିଜେପି ହେଭିୱେଟ ତଥା ଉପ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନାଭିସ ଦେଇଥିବା ବୟାନରୁ ସ୍ପଷ୍ଟ ହୋଇଛି।
ତେବେ ଦେବେନ୍ଦ୍ର ଫଡନାଭିସ ଦେଇଥିବା ବୟାନ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଦୁଇ ଥର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇ ସାରିଥିବା ଫଡନାଭିସଙ୍କ କହିବା କଥା ଯେ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଅମିତ ଶାହ ଦେଇଥିବା ପରାମର୍ଶ ଅନୁଯାୟୀ ସମସ୍ତେ ଆଲୋଚନା କରି ମୁଖ୍ୟମନ୍ତ୍ରୀଙ୍କୁ ବାଛିବେ।
ମହାରାଷ୍ଟ୍ରର ନିର୍ବାଚନ ଇତିହାସରେ ଏହା ବିଜେପି ପାଇଁ ଏକ ଐତିହାସିକ ବିଜୟ ହୋଇପାରେ, କାରଣ ଦଳ ରାଜ୍ୟରେ କେବେ ମଧ୍ୟ ଏତେ ସଂଖ୍ୟକ ଆସନ ପାଇ ନାହିଁ। ଏହି କାରଣରୁ, ଏହାର ନେତୃତ୍ୱରେ ମୁଖ୍ୟମନ୍ତ୍ରୀ ପଦ ପାଇବାରେ ବିଜେପି ସଫଳ ହୋଇପାରେ ବୋଲି ସମ୍ଭାବନା ମଧ୍ୟ ପ୍ରକାଶ ପାଇଛି।
Powered by Froala Editor