ଖୁବ୍ଶୀଘ୍ର ରତ୍ନଭଣ୍ଡାର ମରାମତି ହେବ, ଆସିଲା ୪୫ ପୃଷ୍ଠାର ଜିପିଆର୍-ଜିପିଏସ୍ ସର୍ଭେ ରିପୋର୍ଟ

ଶ୍ରୀମନ୍ଦିର ପ୍ରଶାସନର ଏହି ରିପୋର୍ଟ ହସ୍ତଗତ ହୋଇଥିବା ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ। ୪୫ ପୃଷ୍ଠା ସମ୍ବଳିତ ରିପୋର୍ଟ ଶ୍ରୀମନ୍ଦିର ପ୍ରଶାସନର ହସ୍ତଗତ ହୋଇଥିବା ମୁଖ୍ୟ ପ୍ରଶାସକ କହିଥିବାବେଳେ ଖୁବ୍ଶୀଘ୍ର ରତ୍ନଭଣ୍ଡାର ମରାମତି ଓ ସଂରକ୍ଷଣ କାର୍ଯ୍ୟ ଆରମ୍ଭ ହେବ। ଏଏସଆଇ ପକ୍ଷରୁ ଏହି କାର୍ଯ୍ୟ ପାଇଁ ହାଇଦ୍ରାବାଦ ସ୍ଥିତ ଏନଜିଆରଆଇ ସହାୟତା ନିଆଯାଇଥିଲା।
ତେବେ ରତ୍ନଭଣ୍ଡାର ମରାମତି ସମୟରେ ମହାପ୍ରଭୁଙ୍କ ନୀତିକାନ୍ତି ଓ ଭକ୍ତଙ୍କ ଦର୍ଶନରେ କିଭଳି ବାଧା ନ ଉପୁଜିବ ସେନେଇ ଆଗାମୀ ଦିନରେ ଛତିଶାନିଯୋଗ ଓ ପରିଚାଳନା କମିଟି ସହ ଆଲୋଚନା କରାଯିବ ବୋଲି ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ କହିଛନ୍ତି। ତା’ସହ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ଶ୍ରୀମନ୍ଦିର ପ୍ରଶାସନ ସମସ୍ତ ସହଯୋଗ କରିବ ବୋଲି ସେ ଦର୍ଶାଇଛନ୍ତି।
ଡକ୍ଟର ଅରବିନ୍ଦ ପାଢ଼ୀ କହିଛନ୍ତି, ଶ୍ରୀମନ୍ଦିର ରତ୍ନଭଣ୍ଡାର ଜିପିଆର୍ଏସ୍ ସର୍ଭେ କରାଯାଇଥିଲା। ତାହାର ରିପୋର୍ଟ ହସ୍ତଗତ ହୋଇଛି। ୪୫ ପୃଷ୍ଠାର ରିପୋର୍ଟର ଇ-ମେଲ୍ ମାଧ୍ୟମରେ ଆସିଛି। ରିପୋର୍ଟକୁ ତର୍ଜମା କରୁଛୁ। ଶ୍ରୀମନ୍ଦିରର ସୁରକ୍ଷାକୁ ସବୁବେଳେ ଗୁରୁତ୍ୱ ଦିଆଯାଇଛି। ବୈଷୟୀକ ରିପୋର୍ଟ ହସ୍ତଗତ ହେଲା ପରେ ଏସ୍ଆଇ ଚିଠି ଲେଖାଯାଛି। ଯଥା ଶୀଘ୍ର ଶ୍ରୀମନ୍ଦିର ମରାମତି, ରକ୍ଷଣାବେକ୍ଷଣା କାର୍ଯ୍ୟ କରିବା ପାଇଁ ଚିଠି ଲେଖାଯାଇଛି।
Powered by Froala Editor