ସଭୁଦ୍ରା ଯୋଜନାରୁ ବାଦ ପଡ଼ିଥିବା ହିତାଧିକାରୀଙ୍କ ଯାଞ୍ଚ ଶେଷ

ଭୁବନେଶ୍ୱର: ସଭୁଦ୍ରା ଯୋଜନାରୁ ବାଦ ପଡ଼ିଥିବା ୨.୬୭ ଲକ୍ଷ ହିତାଧିକାରୀଙ୍କ ଯାଞ୍ଚ ଶେଷ ହୋଇଛି । ଯାଞ୍ଚ ପରେ ଆସନ୍ତାକାଲି ୨୨ ପ୍ରତିଶତ ଆବେଦନକାରୀଙ୍କୁ ଟଙ୍କା ମିଳିବ । ଏନେଇ ଶନିବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ବାକି ଆବେଦନକାରୀ ଜମି ଯୋଗ୍ୟତା ପାଇଁ ବାଦ ପଡ଼ିଛନ୍ତି । ବ୍ଲକସ୍ତରକୁ ରିପୋର୍ଟ ଯାଇଛି । ସେମାନଙ୍କର ଯାଞ୍ଚ କରି ସାମିଲ କରାଯିବ । ୫ ଲକ୍ଷ ମିସମ୍ୟାଚ ଆବେଦନର ସମାଧାନ ହୋଇନାହିଁ । ସେମାନେ ଏଥର ସାମିଲ ହେବେ ନାହିଁ । ଆଧାର, ଆକାଉଣ୍ଟ ଓ ମୋବାଇଲ ନମ୍ବର ସଂଯୋଗ ପରେ ସାମିଲ ହେବେ । ସମାଧାନ ପରେ ସେମାନଙ୍କୁ ଡିସେମ୍ବର ମାସରେ ମିଳିବ । ସରକାରୀ କର୍ମଚାରୀ ସଚେତନ କରିବାକୁ ଘରକୁ ଘର ଯିବେ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି ।
Powered by Froala Editor