କରିମଗଞ୍ଜ ଜିଲ୍ଲାର ନୂଆ ନାଁ ହେଲା ଶ୍ରୀଭୂମି
ଆସାମରେ ଥିବା କରିମଗଞ୍ଜର ଜିଲ୍ଲାର ନାଁ ଶ୍ରୀଭୂମି ହୋଇଛି। ଆସାମର କ୍ଷମତାସୀନ ବିଜେପି ସରକାର ଏପରି ନାଁ ବଦଳାଇଛନ୍ତି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏହି ସୂଚନା ଦେବା ସହ ରବୀନ୍ଦ୍ରନାଥ ଟାଗୋରଙ୍କୁ ସମ୍ମାନ ଜଣାଇ ଆସାମ ସରକାର କରିମଗଞ୍ଜର ନାଁ ଶ୍ରୀଭୂମି କରିଥିବା ସେ କହିଛନ୍ତି।
ହିମନ୍ତ ବିଶ୍ୱଶର୍ମା କହିଛନ୍ତି ଯେ ଜିଲ୍ଲାର ନାମ ପରିବର୍ତ୍ତନ କରିବାର ପଦକ୍ଷେପ ଏଠାକାର ଲୋକଙ୍କ ଆଶା ଏବଂ ଆକାଂକ୍ଷାକୁ ପ୍ରତିଫଳିତ କରିବ । ୧୦୦ ବର୍ଷ ତଳେ କବି ଗୁରୁ ରବୀନ୍ଦ୍ରନାଥ ଟାଗୋର ବର୍ତ୍ତମାନର କରିମଗଞ୍ଜ ଜିଲ୍ଲାକୁ ଶ୍ରୀ ଭୂମି-ମା' ଲକ୍ଷ୍ମୀଙ୍କ ଭୂମି ବୋଲି ବର୍ଣ୍ଣନା କରିଥିଲେ ଏବଂ ଆସାମ କ୍ୟାବିନେଟ୍ ଆମ ଲୋକଙ୍କ ଦୀର୍ଘ ଦିନର ଦାବି ପୂରଣ କରିଛି। ’’
ଆସାମ ମୁଖ୍ୟମନ୍ତ୍ରୀ ବିଶ୍ୱଶର୍ମା ଗୋଟିଏ ଫଟୋକୁ ଶେୟାର କରିଛନ୍ତି। ଏଥିରେ ଲେଖାଯାଇଛି ଯେ କରିମଗଞ୍ଜର ନାଁ ଶ୍ରୀଭୂମି ନିଷ୍ପତ୍ତି ଜିଲ୍ଲାରେ ରହୁଥିବା ଲୋକଙ୍କ ଆଶାକୁ ପ୍ରତିଫଳିତ କରିବ। ଏଥିରେ କବିଗୁରୁ ରବୀନ୍ଦ୍ରନାଥ ଟାଗୋରଙ୍କ ଫଟୋ ମଧ୍ୟ ରହିଛି।
ସୂଚନାଯୋଗ୍ୟ ଯେ ଗତ ସେପ୍ଟେମ୍ବର ମାସରେ ଆଣ୍ଡାମାନ ଓ ନିକୋବରର ରାଜଧାନୀ ପୋର୍ଟ ବ୍ଲେୟାରର ନାଁ ବଦଳାଇଥିଲେ କେନ୍ଦ୍ର ସରକାର । ଏହା ନୂଆ ନାଁ ହେଉଛି ଶ୍ରୀ ବିଜୟ ପୁରମ ରଖାଯାଇଥିଲା ।
Powered by Froala Editor