ପାରିବାରିକ କଳହ: ଯୌତୁକ ଜୁଇରେ ନବବଧୂ

ଭୁବନେଶ୍ବର: ସୁବର୍ଣ୍ଣପୁର ଜିଲ୍ଲା ବିନିକି ଥାନା ଚରଦା ଗାଁରେ ଅଭାବନୀୟ ଘଟଣା ଘଟିଛି। ଯୌତୁକ ପାଇଁ ନବ ବଧୂକୁ ବିଷ ପିଆଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ ଅଞ୍ଜଳି ପ୍ରଧାନ। ୬ ମାସ ତଳେ ଅଞ୍ଜଳି ନରେନ୍ଦ୍ର ପ୍ରଧାନଙ୍କୁ ବିବାହ କରିଥିଲେ। ହେଲେ ବିବାହର କିଛି ଦିନ ପରେ ଉଭୟଙ୍କ ମଧ୍ୟରେ ପାରିବାରିକ କଳହ ଦେଖିବାକୁ ମିଳିଥିଲା। ବାପ ଘରୁ ଟଙ୍କା ଏବଂ ସୁନା ଆଣିବାକୁ ବିଭିନ୍ନ ସମୟରେ ସ୍ଵାମୀ ବାଧ୍ୟ କରୁଥିଲେ। ଟଙ୍କା ଓ ସୁନା ନ ଆଣିବାରୁ ଅଞ୍ଜଳିଙ୍କୁ ଶାଶୁଘର ଲୋକେ ବିଷ ପିଆଇ ଦେଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର ଲୋକ। ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବିନିକା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଏବଂ ପରେ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏ ନେଇ ମୃତକଙ୍କ ପରିବାର ଲୋକ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏନେଇ ଏକ ମାମଲା ରୁଜ୍ଜୁ କରି ଅଧିକ ତଦନ୍ତ ଜାରି ରଖିଛି।
Powered by Froala Editor