ଏହି ଦେଶରେ ଏବେବି ଚାଲିଛି ରାଜତନ୍ତ୍ର ଶାସନ

ବିଭିନ୍ନ ଦେଶର ଭିନ୍ନଭିନ୍ନ ଚଳଣି ରହିଛି । ଇଣ୍ଡୋନେସିଆ ନିକଟରେ ଅବସ୍ଥିତ ବ୍ରୁନେଇ ମଧ୍ୟ ଏପରି ଏକ ଦେଶ ଯେଉଁଠି ଏପର୍ଯ୍ୟନ୍ତ ରାଜତନ୍ତ୍ର ଚାଲିଛି । ଏହା ଏକ ମୁସଲମାନ ସଂଖ୍ୟାଲଘୁ ଦେଶ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଦେଶରେ ଆଜି ବି ମହିଳାମାନଙ୍କର ଭୋଟ ଦେବାର ଅଧିକାର ନାହିଁ । ଏହି ଦେଶ ମଧ୍ୟ ବ୍ରିଟିଶ୍ ମାନଙ୍କର ଦାସ ହୋଇସାରିଛି, ଯାହା ୧୯୮୪ ମସିହା ଜାନୁଆରୀ ୧ ତାରିଖରେ ସ୍ୱାଧୀନତା ଲାଭ କରିଥିଲା । ଏହି ଦେଶରେ ପତ୍ନୀଙ୍କ ଚିତ୍ରକୁ ଘରର କାନ୍ଥରେ ରଖିବା ଏକ ପ୍ରଥା । କେତେକ ଘରେ ଏକରୁ ଅଧିକ ପତ୍ନୀଙ୍କ ଚିତ୍ର ମଧ୍ୟ ଦେଖାଯାଏ । ଏହା ବ୍ୟତୀତ କାନ୍ଥରେ ସୁଲତାନଙ୍କ ଚିତ୍ର ମଧ୍ୟ ଦେଖିବାକୁ ମିଳେ । ବ୍ରୁନେଇ ସୁଲତାନ ହାସନଲ ବୋଲକିୟାଙ୍କୁ ଦୁନିଆର ସବୁଠାରୁ ଧନୀ ରାଜା ଭାବରେ ବିବେଚନା କରାଯାଏ । ସେ ଯାନବାହନକୁ ଭଲ ପାଉଥିବାରୁ ତାଙ୍କର ପାଖାପାଖି ୭୦୦୦ କାର ଅଛି । ଏହି ଦେଶରେ ସର୍ବସାଧାରଣ ସ୍ଥାନରେ ମଦ୍ୟପାନ ନିଷେଧ ଓ ରାସ୍ତାରେ ଯାଉଥିବା ସମୟରେ ସେଠାରେ ଖାଇବା ପିଇବା ଭୁଲ୍ ବୋଲି ବିବେଚନା କରାଯାଏ । ହାସନଲ ବୋଲକିୟାଙ୍କ ବ୍ୟକ୍ତିଗତ କାର ସୁନାରେ ସଜ୍ଜିତ । ଯେଉଁଠାରେ ସୁଲତାନ ବାସ କରନ୍ତି, ସେହି ପ୍ରାସାଦ ଦୁନିଆର ସବୁଠୁ ବଡ ଆବାସିକ ପ୍ରାସାଦ ଭାବରେ ପରିଗଣିତ ହୁଏ ଏବଂ ଏଥିରେ ୧୭୦୦ରୁ ଅଧିକ କୋଠରୀ ରହିଛି ।
Powered by Froala Editor