ଲଗାତର ଏହି ଜିନିଷ ହାତରୁ ଖସିଲେ, ଦେଇଥାଏ ଅଶୁଭ ସଂକେତ
ବାସ୍ତୁ ଅନୁସାରେ ରୋଷେଇ ଘରେ କିଛି ଜିନିଷ ହାତରୁ ଖସିବାକୁ ଅଶୁଭ କୁହାଯାଇଛି । ଲଗାତର ଏହି ଜିନିଷ ହାତରୁ ଖସିବା ଦ୍ୱାରା ଏହା ଖରାପ ସମୟ ଆସିବାର ସଙ୍କେତ ଦେଇଥାଏ । ତେଣୁ ଏହାକୁ ଅଣଦେଖା କରନ୍ତୁ ନାହିଁ । ଜାଣନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ କେଉଁ ଜିନିଷ ହାତରୁ ଖସିବାକୁ ଅଶୁଭ ବୋଲି କୁହାଯାଏ।
ଲୁଣ- ଲୁଣକୁ ଶୁଦ୍ଧତା ଓ ସମୃଦ୍ଧିର ପ୍ରତୀକ ବୋଲି କୁହାଯାଏ।ଖାଦ୍ୟ ପ୍ରସ୍ତୁତି ସମୟରେ ହାତରୁ ବାରମ୍ବାର ଲୁଣ ଖସି ତଳେ ପଡିବା ଶୁଭଙ୍କର ନୁହେଁ। ଏହା ଆର୍ଥିକ କ୍ଷେତ୍ରରେ କ୍ଷତି ହେବାର ସଙ୍କେତ ଦେଇଥାଏ।ଏହାସହ ଗୃହରେ କଳହ ମଧ୍ୟ ହୋଇଥାଏ। ପୂର୍ବପୁରୁଷ ଅସନ୍ତୋଷ ଥିବାର ମଧ୍ୟ ଏହା ସଙ୍କେତ ଦେଇଥାଏ।
କ୍ଷୀର- ରୋଷେଇ ଘରେ ବାରମ୍ବାର ହାତରୁ କ୍ଷୀର ଖସିବା ମଧ୍ୟ ଶୁଭଙ୍କର ନୁହେଁ। ଏହା ପୂର୍ବପୁରୁଷ ଅସନ୍ତୁଷ୍ଟ ଥିବାର ସଙ୍କେତ ଦେଇଥାଏ। ତେଣୁ ଏହାକୁ ଅଣଦେଖା କରନ୍ତୁ ନାହିଁ। ପୂର୍ବପୁରୁଷ ଶାନ୍ତି ପାଇଁ ଦାନ ସହ ପଣ୍ଡିତଙ୍କ ପରାମର୍ଶ ନିଅନ୍ତୁ। କ୍ଷୀର ହାତରୁ ବାରମ୍ବାର ଖସିଲେ କାର୍ଯ୍ୟରେ ଅସଫଳତା ସହ ବାଧା ଲାଗି ରହିଥାଏ।
ଶନି ଗ୍ରହଙ୍କୁ ଶାନ୍ତି କରିବା ପାଇଁ ସୋରିଷ ତେଲ ଅର୍ପଣ କରାଯାଏ। ମାତ୍ର ହାତରୁ ଲଗାତର ସୋରିଷ ତେଲ ଖସିବା ଅଶୁଭ ସଙ୍କେତ ଦେଇଥାଏ। ସ୍ୱାସ୍ଥ୍ୟ ଜନିତ ସମସ୍ୟା ସହ ପାରିବାରରେ ଅଶାନ୍ତି ହୋଇଥାଏ।
Powered by Froala Editor