‘ଲାପତା ଲେଡିଜ୍’ ହେଲା ‘ଲଷ୍ଟ ଲେଡିଜ୍’
'ଫିଲ୍ମ ଫେଡେରେସନ୍ ଅଫ୍ ଇଣ୍ଡିଆ' କିରଣ ରାଓଙ୍କ ଫିଲ୍ମ 'ଲାପତା ଲେଡିଜ୍' ଓସ୍କାର ଆୱାର୍ଡ ୨୦୨୫ ପାଇଁ ମନୋନୀତ ହୋଇଥିବା ଘୋଷଣା କରିଥିଲା। ଏହା ପୂର୍ବରୁ ଆମୀର ଏବଂ କିରଣ ଫିଲ୍ମର ଟାଇଟେଲରେ ଗୋଟିଏ ବଡ଼ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ଆମୀର ଖାନଙ୍କ ପ୍ରଡକ୍ସନ ହାଉସ ଏହାର ଅଫିସିଆଲ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଫିଲ୍ମର ଏକ ନୂଆ ପୋଷ୍ଟର ଶେୟାର କରିଛି। ଏହି ନୂତନ ପୋଷ୍ଟରରେ ଫିଲ୍ମର ନାମ ‘ଲାପଟା ଲେଡିଜ୍’ରୁ ‘ଲଷ୍ଟ ଲେଡିଜ୍’ରେ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ଏହାର ନାମ 'ଲାପତା ଲେଡିଜ୍' ଥିବା ବେଳେ ଏବେ ଏହାର ନାମ 'ଲଷ୍ଟ ଲେଡିଜ୍' ରଖାଯାଇଛି। ସାରା ବିଶ୍ୱରେ ଚଳଚ୍ଚିତ୍ରର ପ୍ରଚାର କରିବା ପାଇଁ ସେମାନେ ନାମ ପରିବର୍ତ୍ତନ କରିଥିବା ଜଣାପଡ଼ିଛି।। ଫିଲ୍ମର ପୋଷ୍ଟର ସମାନ ଥିଲେ ବି ଏହାର ନାମ ବଦଳାଯାଇଛି।
ଫିଲ୍ମର ଅଫିସିଆଲ ପୋଷ୍ଟର ପ୍ରଥମ ଭଳି ସମାନ। କେବଳ ଫିଲ୍ମର ନାମ ଲଷ୍ଟ ଲେଡିଜ୍ରେ ପରିବର୍ତ୍ତନ କରାଯାଇଛି । ଆନ୍ତର୍ଜାତୀୟ ସ୍ତରରେ ଚଳଚ୍ଚିତ୍ରର ମାନ୍ୟତା ଦେବା ପାଇଁ ଏହି ପରିବର୍ତ୍ତନ କରାଯାଇଛି।
Powered by Froala Editor