ପୂର୍ବତନ ସରପଞ୍ଚଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର
ଭଦ୍ରକ: ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନ ବନ୍ଧ ଗାଁରେ ପୂର୍ବତନ ସରପଞ୍ଚ ଚିତ୍ତରଞ୍ଜନ ରାଉତଙ୍କ କ୍ଷତାକ୍ତ ମୃତଦେହ ଉଦ୍ଧାର କରାଯାଇଛି। ଘର ପାଖ ନାଳରୁ ମିଳିଛି ଶବ। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଚିତ୍ତରଞ୍ଜନ ରାଉତଙ୍କୁ ହତ୍ୟା କରାଯାଇଥିବ ସନ୍ଦେହ କରାଯାଉଛି। ଘଟଣା ସ୍ଥଳରେ ପହଞ୍ଚି ପୁଲିସ ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁଯାୟୀ, ସେ ଗତକାଲି ଅଷ୍ଟପ୍ରହରୀରେ ଯୋଗ ଦେବାକୁ ଯାଇଥିଲେ। ହେଲେ ସେ ଘରକୁ ଫେରିନଥିଲେ। ଘରଲୋକେ ତାଙ୍କୁ ଫୋନ୍ କରିଥିଲେ ବି କିଛି ଖବର ମିଳିନଥିଲା।
Powered by Froala Editor