ରେଢାଖୋଲ-ବଡବାହାଲ ରେଞ୍ଜ ମଝିରେ ଫସିଛନ୍ତି ହାତୀପଲ

ସମ୍ବଲପୁର: ଦୁଇ ରେଞ୍ଜ ମଝିରେ ଫସିଲେ ୯ଟିକିଆ ହାତୀ ପଲ । ରେଢାଖୋଲ ଏବଂ ବଡବାହାଲ ରେଞ୍ଜ ମଝି ଅଙ୍ଗାରପଡା ଗାଁରେ ଫସିଛନ୍ତି ହାତୀପଲ। ସୂଚନା ଅନୁଯାୟୀ ସୋମବାର ବିଳମ୍ବିତ ରାତିରେ ୯ ଟିକିଆ ହାତୀପଲ ରେଢାଖୋଲ ବନଖଣ୍ଡ ଏବଂ ବଡବାହାଲ ରେଞ୍ଜର ଅଙ୍ଗାରପଡା ଗାଁରେ ଫସିଯାଇଛନ୍ତି। ଗ୍ରାମବାସୀମାନେ ବାଟ ନଛାଡିବା ଯୋଗୁଁ ହାତୀପଲ ବାହାରିପାରୁନାହାନ୍ତି। ଗାଁ ନିକଟରେ ରେଳଧାରଣା ଥିବାରୁ ହାତୀ ଘଉଡାଇବା କଷ୍ଟକର ହୋଇପଡିଛି। ଧାନ ଅମଳ ସମୟରେ ହାତୀ ଥିବାରୁ ଚାଷୀମାନେ ଚିନ୍ତାରେ ପଡିଛନ୍ତି। ସେପଟେ ବନ ବିଭାଗ କର୍ମଚାରୀ ମାନେ ମାଇକ ଦ୍ଵାରା ଲୋକଙ୍କୁ ସଚେତନ କରାଯାଉଛି। ସୂଚନା ଦିଆଯାଇ ରେଳର ଗତିକୁ କମାଇଦିଆଯାଇଛି ବୋଲି ବଡବାହାଲ ଏସସିଏଫ୍ କହିଛନ୍ତି।
Powered by Froala Editor